ଭାରତୀୟ ରେଳ ମାନଚିତ୍ରରେ ଯୋଡ଼ି ହେବ ମାଲକାନଗିରି ! ମାଓ ଅଚଂଳରେ ଗଡ଼ିବ ରେଳ, ୨୦୨୨ ସୁଦ୍ଧା ପ୍ରକଳ୍ପ କାମ ଶେଷ କରିବାକୁ ଲକ୍ଷ୍ୟ

26

କନକ ବ୍ୟୁରୋ : ମାଓ ଅଚଂଳରେ ଗଡ଼ିବ ରେଳ, ମିଳିଲା ଅନୁଦାନ । ରେଳ ମାନଚିତ୍ରରେ ଶେଭାପାଇବ ମାଲକାନଗିରି । ୩ଟି ଜିଲ୍ଳାର ସଂଯୋଗିକରଣର କେନ୍ଦ୍ର ବିନ୍ଦୁ ହେବ ଜୟପୁର । ପଛୁଆ ଜିଲ୍ଳାରେ ଆନନ୍ଦର ଲହରୀ । ୨୦୨୨ ସୁଦ୍ଧା ପ୍ରକଳ୍ପ କାମ ଶେଷ ହେବ ।

ଭାରତୀୟ ରେଳ ମାନଚିତ୍ରରେ ଯୋଡ଼ି ହେବ ମାଲକାନଗିରି ଜିଲ୍ଳା । ଜୟପୁର ଠାରୁ ମାଓ ଅଧୁଷିତ ଅଚଂଳକୁ ଗଡ଼ିବ ରେଳ । ବିକାଶ ହେବ ପଛୁଆ ଜିଲ୍ଳା,ଦମନ ହେବ ମାଓ ସମସ୍ୟା । ରେଳ ସଂଯୋଗୀକରଣ ପାଇଁ ୧୩୦ କିମି ଦୈର୍ଘ୍ୟ ବିଶିଷ୍ଟ ରେଳ ଲାଇନ ପାଇଁ ଖର୍ଚ୍ଚ ହେବ ୨୬୬୬.୧୧ କୋଟି ଯାହାକୁ କେନ୍ଦ୍ର ସରକାର ମଞୁରୀ ଦେଇଛନ୍ତି । ୨୦୨୨ ମସିହା ସୁଦ୍ଧା ଏହି କାମ ଶେଷ କରିବା ପାଇଁ ସମୟ ଧାର୍ଯ୍ୟ ହୋଇଛି ଜୟପୁର ଠାରୁ ଆରମ୍ଭ ହେଉଥିବା ଏହି ଲାଇନ୍ ଫାମ୍ପୁଣୀ,ବୈପାରିଗୁଡ଼ା,ଟାଙ୍ଗିଣିଗୁଡ଼ା,ନୁଂଖାରୀ, ସିନ୍ଧିଗୁଡ଼ା,ଗୋବିନ୍ଦପାଲ୍ଳୀ,ମାଥିଲି,ପଙ୍ଗମ,ପାଣ୍ଡ୍ରିପାଣି , ପଚଂବଟି ଦେଇ ମାଲକାନଗିରିରେ ପହଚିଂବ ।

ମାଲକାନଗିରିକୁ ରେଳ ରାସ୍ତା ଖୋଲିଲେ ପଛୁଆ ଜିଲ୍ଳାର ବିକାଶ ହେବା ସହ ଲୋକେ ଯାତାୟାତର ସୁବିଧା ପାଇବେ ବୋଲି କହିଛନ୍ତି ରେଳ ବିଭାଗର ଅଧିକାରୀ ଭିଜନ ନିଉ ଇଣ୍ଡିଆକୁ ସାକାର କରିବା ପାଇଁ ଦେଶର ୧୧୫ ଟି ଜିଲ୍ଳାର ବିକାଶ ପରିକଳ୍ପନା ପାଇଁ କରାଯାଇଥିବା ତାଲିକାରେ କୋରାପୁଟ, ଓ ମାଲକାନଗିରି ଜିଲ୍ଳା ସାମିଲ ରହିଛି । ବିଳମ୍ବରେ ହେଉପଛେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ସ୍ୱାଗତ ଯୋଗ୍ୟ ବୋଲି ନବରଂଗପୁର ସାସଂଦ କହିଛନ୍ତି ।