ପରଲୋକରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ: ୯୫ ବର୍ଷ ବୟସରେ ଆଖିବୁଜିଲେ ପ୍ରକାଶ

654

କନକ ବ୍ୟୁରୋ: ପରଲୋକରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ । ୯୫ ବର୍ଷ ବୟସରେ ଆଖିବୁଜିଲେ ପ୍ରକାଶ । ପଞ୍ଜାବର ୫ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିଛନ୍ତି ପ୍ରକାଶ ସିଂ । ୧୯୭୦, ୧୯୭୭, ୧୯୯୭, ୨୦୦୭ ଓ ୨୦୧୨ରେ ସେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିଲେ । ଶିରୋମଣି ଅକାଳୀ ଦଳର ନେତା ଥିଲେ ପ୍ରକାଶ । ୨୦୧୫ ମସିହାରେ ପଦ୍ମଭୂଷଣ ସମ୍ମାନରେ ତାଙ୍କୁ ସମ୍ମାନୀତ କରାଯାଇଥିଲା । ୧୯୨୭ ମସିହାରେ ସେ ଜନ୍ମ ଗ୍ରହଣ କରିଥିଲେ ।