ବିଦେଶରୁ ବିଜେପି ଉପରେ ବର୍ଷିଲେ ରାହୁଲ । କହିଲେ କଂଗ୍ରେସ ନୁହେଁ ବରଂ ଭାରତୀୟ ମାନେ ବିଜେପିକୁ ମାଟିରେ ମିସାଇଦେବେ

301

କନକ ବ୍ୟୁରୋ : ରାହୁଲ ଗାନ୍ଧୀ ତାଙ୍କ ଆମେରିକା ଗସ୍ତ ସମୟରେ ଲଗାତର ଭାବେ ବିଜେପି ସରକାରକୁ ଟାର୍ଗେଟ କରିବାରେ ଲାଗିଛନ୍ତି । ଏବେ ତାଙ୍କ ତାଜା ବୟାନ ମୁତାବକ ସେ କହିଛନ୍ତି କି, କର୍ଣ୍ଣାଟକରେ ଯେଭଳି ଭାବେ କଂଗ୍ରେସ ବିଜେପିକୁ ପରାଜିତ କଲା ଠିକ୍ ସେହିଭଳି ତେଲେଙ୍ଗାନା ଓ ଅନ୍ୟ ରାଜ୍ୟରେ ବି କଂଗ୍ରେସ ବିଜେପିକୁ ପରାଜିତ କରିବ । ସେ କହିଛନ୍ତି , କେବଳ କଂଗ୍ରେସ ପାର୍ଟି ନୁହେଁ ବରଂ ବିଜେପିର ଘୃଣାଭରା ବିଚାରଧାରାକୁ ଭାରତୀୟମାନେ ପରାଜିତ କରିବେ ।

ୱାସିଂଟନର ସେନ୍ ଫ୍ରାନସିସକୋ ପରେ ରାହୁଲ ଗାନ୍ଧୀ ନ୍ୟୁୟର୍କ ପହଂଚିଛନ୍ତି । ସେଠାରେ ସେ ଶନିବାର ଦିନ ଇଣ୍ଡିଆନ ଓଭରସିଜ କଂଗ୍ରେସ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କି, ଆମେ କର୍ଣ୍ଣାଟକ ନିର୍ବାଚନ ପରେ ସ୍ପଷ୍ଟ ହୋଇଯାଇଛୁ କି ବିଜେପିକୁ ପରାଜିତ କରାଯାଇପାରିବ । କର୍ଣ୍ଣାଟକ ନିର୍ବାଚନରେ ବିଜେପି ଯେଭଳି ଭାବେ ଅର୍ଥ, ବାହୁ ଓ ଶାସନକଳକୁ ବ୍ୟବହାର କରି ନିର୍ବାଚନ ଲଢିଥିଲା ତାହାକୁ କର୍ଣ୍ଣାଟକବାସୀ ପ୍ରତ୍ୟାଖାନ କଲେ । ଠିକ୍ ସେହିଭଳି ତେଲେଙ୍ଗାନାରେ ବି ବିଜେପି ପରାଜିତ ହେବାକୁ ଯାଉଛି ।

ରବିବାର ଦିନ ମେନହେଟ୍ଟନରେ ରାହୁଲ ଗାନ୍ଧୀ ଏକ ରାଲି କରିବାର କାର୍ଯ୍ୟକ୍ରମ ରହିଛି । ନ୍ୟୁୟର୍କ କାର୍ଯ୍ୟକ୍ରମରେ ଭାରତୀୟ ମୂଳ ନିବାସୀଙ୍କ ସମେତ ନ୍ୟୁୟର୍କର ମେୟର ଏରିକ୍ ଏଣ୍ଡମ୍ସ ବି ଉପସ୍ଥିତ ଥିଲେ  । ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଥିଲେ କି, କେବଳ ତେଲେଙ୍ଗାନା ନୁହେଁ ବରଂ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡରେ ମଧ୍ୟ କଂଗ୍ରେସ ସରକାର ଗଠନ କରିବ । ସୂଚନା ଥାଉକି ଚଳିତବର୍ଷ ଶେଷ ସୁଦ୍ଧା ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ରହିଛି ।ଏହାପରେ ୨୦୨୪ ରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ ।