ବିବାଦୀୟ ବୟାନ ଦେଇ ସମାଲୋଚନାର ଶିକାର ହେଲେ ରାହୁଲ ଗାନ୍ଧୀ, ଆମେରିକା କଲା ନାପସନ୍ଦ

682

କନକ ବ୍ୟୁରୋ : ନିଜର ବୟାନ ପାଇଁ ପୁଣି ସମାଲୋଚନାର ଶିକାର ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମୋଦି ସରକାରଙ୍କ ବୈଦେଶିକ ନୀତିକୁ କଟାକ୍ଷ’ କରିବାକୁ ଯାଇ ଏବେ ନିଜେ ନିଜ ଭାଷଣରେ ଫଶିଛନ୍ତି ରାହୁଲ । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ରାହୁଲଙ୍କ ବୟାନକୁ ମିିଳିନି ସମର୍ଥନ । ଆମେରିକା କହିଛି ଚୀନ-ପାକିସ୍ତାନର ନିବିଡ ସର୍ମ୍ପକର କାରଣ ନୁହେଁ ମୋଦି ସରକାରଙ୍କ ଭୂଲ ନୀତି । ବରଂ ଏହା ସେମାନଙ୍କ ଆପୋଷ ରଣନୀତି ।

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ କିଛି ଏଭଳି ଢଙ୍ଗରେ ରାହୁଲ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । କେନ୍ଦ୍ର ସରକାରଙ୍କ ବୈଦେଶିକ ନୀତି ଉପରେ ପ୍ରଶ୍ନ ଉଠାଇବା ସହ ରାହୁଲ ଏକାଧିକ ଅଭିଯୋଗ ବି କରିଥିଲେ । କେବଳ ସେତିକି ନୁହେଁ ଚୀନ-ପାକିସ୍ତାନ ଭିତରେ ଗଡି ଉଠିଥିବା ନୂଆ ଘନିଷ୍ଠ ସର୍ମ୍ପକକୁ ନେଇ ରାହୁଲ ଦେଇଥିଲେ ଅଶ୍ଚଯ୍ୟଜନକ ବୟାନ ।

ମୋଦି ସରକାରଙ୍କ ଭୁଲ ବୈଦେଶିକ ନୀତି ଚୀନ-ପାକିସ୍ତାନଙ୍କୁ ନିକଟତର କରୁଛି ବୋଲି କହିଥିଲେ ରାହୁଲ । ଚୀନ ଓ ପାକିସ୍ତାନକୁ ପରସ୍ପରଠୁ ଦୂରରେ ରଖିବା ଭାରତ ସରକାରଙ୍କ ବିଦେଶ ନୀତିର ସୁବଠୁ ବଡ ଲକ୍ଷ୍ୟ ହବା କଥା, କିନ୍ତୁ ସରକାରଙ୍କ ଭୁଲ ନୀତି ଏମାନଙ୍କୁ ନିକଟତର କରୁଛି ବୋଲି ରାହୁଲ କହିଥିଲେ । ଯାହାକୁ ନେଇ ଏବେ ଦେଶଠୁ ଆରମ୍ଭ କରି ବିଦେଶରୁ ଆସୁଛି ପ୍ରତିକ୍ରିୟା । ଆମେରିକା ବୈଦେଶିକମନ୍ତ୍ରାଳୟ ରାହୁଲଙ୍କ ବୟାନକୁ ନେଇ ନିଜର ଜବାବ ରଖିଛି । ଆମେରିକା ବୈଦେଶିକମନ୍ତ୍ରାଳୟ ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି କି ଚୀନ ପାକିସ୍ତାନ ପରସ୍ପର ନିକଟତର ହେବା ପଛରେ ଭାରତ ସରକାଙ୍କ ବିଫଳତା ବୋଲି ରାହୁଲ ଯେଉଁ ବୟାନ ଦେଇଛନ୍ତି ତାକୁ ଗ୍ରହଣ କରୁନି ଆମେରିକା । ଏଥିସହ ନେଡ ପ୍ରାଇଜ କହିଛନ୍ତି କଣ ପାଇଁ ଚୀନ, ପାକିସ୍ତାନର ସର୍ମ୍ପକ ନିବିଡ ହୋଇଛି,ସେମାନଙ୍କ ଏହା ବ୍ୟକ୍ତିଗତ ରଣନୀତି ।

ଗୋଟେ ପଟେ ଆମେରିକା ରାହୁଲଙ୍କ ବୟାନକୁ ନେଇ ନିଜ ଜବାବ ରଖିଥିବାବେେଳେ ଅନ୍ୟପଟେ ବିଜେପିର ବରିଷ୍ଠ ନେତା କଂଗ୍ରେସ ନେତାଙ୍କୁ ଘେରିବା ଆରମ୍ଭ କରିଛନ୍ତି । ଦେଶର ଇତିହାସକୁ ନେଇ ସାମାନ୍ୟ ଜ୍ଞାନ ରଖୁଥିବା ରାହୁଲଙ୍କ ଏହା ଦିଗହରା ଓ ଅସ୍ପଷ୍ଟ ଭାଷଣ ବୋଲି କହିଛି ବିଜେପି ।ସେପଟେ ଭାରତୀୟ ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି କି ଚୀନ ଓ ପାକିସ୍ତାନ ୧୯୭୦ ମସିହାର ପରସ୍ପର ସହ ନିକଟତର ଏହା ବର୍ତମାନର ଘଟଣା ନୁହେଁ ।

ମୋଦି ସରକାଙ୍କ ଭୁଲ ନୀତି ପାଇଁ ପଡୋଶୀ ଚୀନ ଓ ପାକିସ୍ତାନ ମଧ୍ୟରେ ନିବିଡତା ବଡିଥିବା କହି ଏବେ ବିବାଦରେ ପଡିଯାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଦେଶଠୁ ନେଇ ବିଦେଶ ମାଟିରେ କଂଗ୍ରେସ ନେତାଙ୍କ ଏହି ବୟାନ ବିବାଦ ବଢାଇବା ସହ ସମାଲୋଚନା ଶିକାର ହେଉଛନ୍ତି ରାହୁଲ ।