ଛତିଶଗଡ ପ୍ରଦେଶ କଂଗ୍ରେସ କଳିକୁ ତୁଟାଇବାକୁ ଅଣ୍ଟାଭିଡିଛି ଦଳ, ପିସିସି ସଭାପତି ଓ ସାଧାରଣ ସମ୍ପାଦକଙ୍କ ମଧ୍ୟ ଚାଲିଛି ବିବାଦ

294

କନକ ବ୍ୟୁରୋ : ଛତିଶଗଡ ବିଧାନସଭା ନିର୍ବାଚନକୁ ଆଉ କିଛି ଦିନ ବାକି ରହିଛି । କିଭଳି ରାଜ୍ୟର ଶାସନ ଡୋରି ପୁଣି ହାତରେ ରହିବ ଏନେଇ ବର୍ତ୍ତମାନଠୁ କସରତ ଆରମ୍ଭ କରିଛି କଂଗ୍ରେସ । ବୁଧବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ନେତା ରାହୁଲ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଛତିଶଗଡ ପ୍ରଦେଶ କଂଗ୍ରେସର ବୈଠକ ବସିଛି । ସେପଟେ ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡ ପ୍ରଦେଶ କଂଗ୍ରେସରେ ଫାଟ ଦେଖାଦେଇଛି । ପିସିସି ସଭାପତି ମୋହନ ମରକାନ ଓ ପ୍ରଭାରୀ କୁମାରୀ ସେଲଜାଙ୍କ ମଧ୍ୟରେ ଟକ୍କର ହେଉଛି ।

ଜୁନ ୧୬ରେ ପ୍ରଦେଶ କଂଗ୍ରେସରେ କିଛି ପରିବର୍ତ୍ତନ ହୋଇଥିଲା । ଏହା ପରଠୁ ବିବାଦ ଲାଗି ରହିଛି । ତେଣୁ ଏହାକୁ କିଭଳି କମ କରାଯିବ ଏନେଇ ବୈଠକ ବସିଥିବା କୁହାଯାଯାଉଛି । ଏଥିସହ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛି ଦଳ । କିଏ ହେବ ଆଗାମୀ ମୁଖ୍ୟମନ୍ତ୍ରୀ ଚେହେରା ଏନେଇ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା କରାଯାଇଛି । ଚର୍ଚ୍ଚା ହେଉଛି ଚଳିତବର୍ଷ ଶେଷ ସୁଦ୍ଧା ହେବ ଛତିଶଗଡ ବିଧାନସଭା ନିର୍ବାଚନ ।