ଶୋଇଥିବା ବେଳେ ଜୁନିଅର ଛାତ୍ରଙ୍କୁ ମାଡ଼ ! ବୁର୍ଲା ଇଞ୍ଜିନିୟରିଂ କଲେଜରୁ ଆସିଲା ରାଗିଂ ଅଭିଯୋଗ

215

କନକ ବ୍ୟୁରୋ : ବ୍ରହ୍ମପୁରରୁ ସମ୍ବଲପୁର ଡେଇଁଲା ରାଗିଂ । ବୁର୍ଲା ଭିସୁଟରେ ରାଗିଂ ଅଭିଯୋଗ । ବୁର୍ଲା ସୁରେନ୍ଦ୍ର ସାଏ ମେଡିକାଲ କଲେଜର ଜଣେ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ଚତୁର୍ଥ ବର୍ଷର ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଛି । ରାଗିଂର ଶିକାର ଛାତ୍ର ଏ ନେଇ ଥାନାରେ ଏତଲା ଦେଇଛନ୍ତି । ଏହା ପରେ ପୋଲିସ ଘଟଣାର ତଦନ୍ତ କରିଛି । ହଷ୍ଟେଲରେ ଥିବା ରୁମରେ ଛାତ୍ର ଜଣଙ୍କ ଶୋଇଥିଲେ ।

ଏହି ସମୟରେ କିଛି ଚତୁର୍ଥ ବର୍ଷ ବା ଶେଷ ବର୍ଷର ଛାତ୍ର ଆସି ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ପୂର୍ବରୁ ଅଭିଯୋଗକାରୀଙ୍କ ସହ ସିନିୟର ଛାତ୍ରଙ୍କ ବିବାଦ ଥିଲା କି ? ତାହା ଏବେ ପ୍ରଶ୍ନ ଘେରରେ । ତେବେ କେଉଁ କାରଣ ପାଇଁ ଶେଷ ବର୍ଷର ଛାତ୍ର ଆସି ବାଡେଇଥିଲେ ସେ ନେଇ କୌଣସି ସୂଚନା ମିଳିପାରି ନାହିଁ । ଅଭିଯୋଗ ପରେ କଲେଜ କର୍ତ୍ତୃପକ୍ଷ କହିଛନ୍ତି ଶୃଙ୍ଖଳା କମିଟିର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।