୮ ଦଫା ଦାବି ନେଇ ଅଙ୍ଗନୱାଡି କର୍ମୀଙ୍କ ଅଭିନବ ପ୍ରତିବାଦ : ରାଜଧାନୀ ରାଜରାସ୍ତାରେ ଝୋଟି ପକାଇ ଲକ୍ଷ୍ମୀପୂଜା କଲେ ଶତାଧିକ ମହିଳା

148

କନକ ବ୍ୟୁରୋ : ରାଜଧାନୀ ରାଜରାସ୍ତାରେ ଅଙ୍ଗନୱାଡି କର୍ମୀଙ୍କ ଧାରଣା ଜାରି ରହିଛି । ୮ ଦଫା ଦାବି ନେଇ ଅଙ୍ଗନୱାଡି କର୍ମୀମାନେ ଏହି ଧାରଣା ଜାରି ରଖିଛନ୍ତି । ଆଜି ରାଜ ରାସ୍ତା ଉପରେ ମାଣ ବସାଇ ନିଆରା ଢଙ୍ଗରେ ଅଙ୍ଗନୱାଡି କର୍ମୀମାନେ ପ୍ରତିବାଦ କରିଛନ୍ତି ।

ମାର୍ଗଶୀର ମାସ ଗୁରୁବାର ଥିବାବେଳେ ରାସ୍ତା ଉପରେ ଝୋଟି ପକାଇ ମାଣ ବସାଇ ମାଆ ଲକ୍ଷ୍ମୀଙ୍କୁ ପୂଜା କରିଛନ୍ତି । ସମସ୍ତଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦାବିକରିବା ସହ ଇପିଏଫ ଆଦିର ସୁବିଧା କରିବାକୁ ଦାବି କରିଛନ୍ତି । ସେହିଭଳି ଅବସରକାଳୀନ ସହାୟତା ରାଶି ୫ଲକ୍ଷ କରାଯିବା ସହିତ ପେନସନ୍ ମାସିକ ୫ହଜାର ଟଙ୍କା ପ୍ରଦାନ କରିବାକୁ ଅଙ୍ଗନୱାଡି କର୍ମୀମାନେ ଦାବି କରିଛନ୍ତି ।