କଟକକୁ ଘାରିଲାଣି ଡେଙ୍ଗୁ ଚିନ୍ତା : ଡେଙ୍ଗୁ ଉପରେ ରୋକ୍ ଲାଗୁ ନଥିବାରୁ ମଶାରି ଟାଣି ପ୍ରତିବାଦ କଲେ ବିଜେପି କର୍ପୋରେଟର

62

କନକ ବ୍ୟୁରୋ : କଟକରେ ଡେଙ୍ଗୁ ଆତଙ୍କ । ଡେଙ୍ଗୁ ଉପରେ ରୋକ୍ ଲାଗୁନଥିବା ବେଳେ ମଶା ବଂଶବୃଦ୍ଧି ହୋଇ ଚାଲିଛି । ଯାହାକି କଟକବାସୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବହୁବାର ଅଭିଯୋଗ ପରେ ବି କୌଣସି ସମାଧାନ ବାହାରିପାରୁନି । ଯାହାର ବିରୋଧ କରିବା ସହ ନିଆରା ଢଙ୍ଗରେ ବିଜେପି କର୍ପୋରେଟରମାନେ ମଶାରି ଟାଣି ପ୍ରତିବାଦ କରିଛନ୍ତି ।

ମଶା ଦାଉରୁ କିଭଳି କଟକବାସୀ ରକ୍ଷା ପାଇବେ । ଏ ନେଇ ପଦକ୍ଷେପ ନିଆଯାଉ । ସିଏମସି କାର୍ଯ୍ୟାଳୟ ବାହାରେ କର୍ପୋରେଟର ମାନେ ମଶାବତୀ ଜଳାଇ ପ୍ଲାକାର୍ଡ ଧରି ଏହାର ପ୍ରତିବାଦ କରିଛନ୍ତି । ଖୁବଶୀଘ୍ର ମଶା ଉପଦ୍ରବ ଉପରେ ରୋକ ଲଗାଯାଇ ଲୋକଙ୍କୁ ସୁରକ୍ଷା ଦିଆଯାଉ । ନଚେତ୍ ଆଗକୁ ଜୋରଦାର ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି ।