ପ୍ରଦୂଷିତ ବାୟୁରୁ ବିଜୁଳି ତିଆରି କରିବ ଏକ ସ୍ୱତନ୍ତ୍ର ପ୍ରକାର ଯନ୍ତ୍ର !

12

ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବିପଦରେ ପକାଉଥିବା ବାୟୁ ପ୍ରଦୂଷଣରୁ ପରିଶେଷରେ ମଳିପାରିବ ମୁକ୍ତି । ବୈଜ୍ଞାନିକମାନେ ଏମିତି ଏକ ଉପାୟ ବାହାର କରିଛନ୍ତି, ଯାହା କେବଳ ପ୍ରଦୂଷଣକୁ ରୋକିବ ତା’ନୁହଁ ଏହାସହ ପ୍ରଦୂଷିତ ବାୟୁୁରୁ ବିଜୁଳି ମଧ୍ୟ ତିଆରି କରିବ । ନୂତନ ଜ୍ଞାନକୌଶଳ ଉପରେ ଆଧାରିତ ସ୍ୱତନ୍ତ୍ର ପ୍ରକାର ଯନ୍ତ୍ରକୁ ବେଲଜିୟମ ବିଶ୍ୱିବିଦ୍ୟାଳୟର ଗବେଷକମାନେ ତିଆରି କରିଛନ୍ତି ।

ସାଇନ୍ସ ଡେଲୀରେ ପ୍ରକାଶିତ ଏକ ରିପୋର୍ଡ ଅନୁସାରେ ଅଧ୍ୟୟନକର୍ତ୍ତାମାନେ ଦାବି କରିଛନ୍ତି ଏହି ଯନ୍ତ୍ର ଜରିଆରେ ପ୍ରଦୂଷିତ ବାୟୁକୁୁ ସଫା କରିବା ସମ୍ଭବ ହେବ । ଏହାସହ ଏହି ଯନ୍ତ୍ର ପ୍ରଦୂଷିତ ବାୟୁରୁ ବିଜୁଳି ମଧ୍ୟ ତିଆରି କରିବାରେ ସାହାଯ୍ୟ କରିବ । ଅଧ୍ୟୟନକର୍ତ୍ତାଙ୍କ ଅନୁସାରେ ଏହି ଯନ୍ତ୍ର ଠିକରେ କାମ କରିବା ପାଇଁ ଏହାକୁ ଆଲୋକରେ ରଖିବାକୁ ପଡିବ ।

                                                            ସୌଜନ୍ୟ-ଅମର ଉଜଲା