ପୁରୀ ପ୍ରକଳ୍ପ ବିବାଦ : ବିଜେପିର ସମ୍ବିତ ପାତ୍ର ଓ ଜୟନ୍ତଙ୍କ ଷଡ଼ଙ୍ଗୀଙ୍କ ଭିନ୍ନ ମତକୁ ନେଇ ବଢିଲା ଚର୍ଚ୍ଚା

164

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିଜେପିର ଦୁଇ ନେତା ସମ୍ବିତ ପାତ୍ର ଓ ସ୍ଥାନୀୟ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ଭିନ୍ନମତକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପୁରୀରେ ପ୍ରକଳ୍ପକୁ ବିରୋଧ କରିଛନ୍ତି । ଆଉ ଏହାର ଠିକ ଦିନ ପରେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ମନ୍ତବ୍ୟ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଜୟନ୍ତ ଷଡଙ୍ଗୀ କହିଛନ୍ତି , ସେ ପ୍ରକଳ୍ପ କାମକୁ ସମର୍ଥନ କରୁଛନ୍ତି । ବିକାଶକୁ ସମର୍ଥନ କରୁଛନ୍ତି । କିନ୍ତୁ ଯାହା ହେଉଛି ଆଇନ ଭିତରେ ହେଉ । ଦୀର୍ଘ ୩୦ ବର୍ଷରେ ପୁରୀର ବିକାଶ ଓ ଗତ ୩ ବର୍ଷର ବିକାସ ଭିତରେ ଆକାଶ ପାତାଳ ଫରକ ଅଛି । ଶ୍ରୀମନ୍ଦିର ପ୍ରକଳ୍ପ ଏକ ସ୍ୱାଗତ ଯୋଗ୍ୟ ପ୍ରକଳ୍ପ । ଏହି କାମକୁ ଅଧାରେ ଅଟକାଇବା ଅନୁଚିତ । ପ୍ରକଳ୍ପ ନେଇ ଦୁଇ ନେତା କଣ କହୁଛନ୍ତି ଆସନ୍ତୁ ଶୁଣିବା

ସେପଟେ ଏ ନେଇ ବିଭିନ୍ନ ଦଳ ନିଜର ପ୍ରତିକ୍ରିୟା ରଖିଛନ୍ତି । ବିଜେପି ମାପିଚୁପି ଉତ୍ତର ଦେଇଥିବାବେଳେ କଂଗ୍ରେସ କହିଛି ବିଜେପି ନେତାମାନେ ଡ୍ରାମା କରୁଛନ୍ତି । ବିଜେଡି କହିଛି, ବିକାଶ କାମରେ ରାଜନୀତି ନ ହେଉ ।