ପୁରୀରେ ନୀତି ସମନ୍ୱୟ କମିଟି ବୈଠକ ଆରମ୍ଭ : ସ୍ନାନପୂର୍ଣ୍ଣମୀ ଓ ରଥଯାତ୍ରା ନେଇ ଆଲୋଚନା

38

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ନୀତି ସମନ୍ୱୟ କମିଟି ବୈଠକ ଆରମ୍ଭ ହୋଇଛି । ଏଥିରେ ୧୧ଟି ନିଯୋଗ ସଭାପତି ଓ ସଂପାଦକ ସାମିଲ ହୋଇଛନ୍ତି । ସ୍ନାନପୂର୍ଣ୍ଣମୀ ଓ ରଥଯାତ୍ରା ନେଇ ଆଲୋଚନା ଜାରି ରହିଛି । ଦଇତାପତି ସେବାୟତଙ୍କ ସହ ମଧ୍ୟ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଲୋଚନା କରିବାର ସମ୍ଭାବନା ରହିଛି।