ଶ୍ରୀମନ୍ଦିରରେ ଆଜି ପଞ୍ଚକ ନୀତିର ଦ୍ୱିତୀୟ ଦିନ : ଗରୁଡ଼ ଉତଥାପନ ଦ୍ୱାଦଶୀରେ ବାମନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ

98

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଆଜି ପଞ୍ଚକ ନୀତିର ଦ୍ୱିତୀୟ ଦିନ । ଆଜି ଗରୁଡ଼ ଉତଥାପନ ଦ୍ୱାଦଶୀ । ଏଅବସରରେ ଆଜି ମହାପ୍ରଭୁଙ୍କ ସ୍ୱତନ୍ତ୍ର ବାଙ୍କଚୁଡ଼ ବା ବାମନ ବେଶ ଅନୁଷ୍ଠିତ ହେଉଛି । ଶ୍ରୀମନ୍ଦିରରେ ବ୍ରତଧାରୀଙ୍କ ଭିଡ଼ ଜମିଛି । ପଞ୍ଚକର ୫ ଦିନ ଯାକ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବେଶ କରାଯାଉଥିବା ବେଳେ ପ୍ରଥମ ଦିନରେ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟହ ଅବକାଶ ଓ ଭୋଗମଣ୍ଡପ ନୀତି ଶେଷ ହେବା ପରେ ସ୍ୱର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉଙ୍କୁ ସଜ୍ଜିତ କରାଯାଏ ।

ଏହା ସହ ଶୀତରୁତୁ ପାଇଁ ମସ୍ତକରେ ପାଟବସ୍ତ୍ରରେ ଟୋପି କରାଯାଇ ସ୍ୱର୍ଣ୍ଣକିଆ ଖଂଜାଯାଇ ତିନି ଠାକୁରଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରାଯାଇଥାଏ । ଭକତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ସହ ପୋଲିସ୍ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କାର୍ତିକ ବ୍ରତର ଶେଷ ପାଂଚ ଦିନ ତିଥିରେ ଭକ୍ତମାନେ ମହୋଦଧୀରେ ସ୍ନାନ ପରେ ମହାପ୍ରଭୁଙ୍କୁ ଦର୍ଶନ କରି ଅହେତୁକ ପୁଣ୍ୟ ଲାଭ କରିବାର ପୌରାଣିକ ତଥ୍ୟ ରହିଛି ।