ଶ୍ରୀମନ୍ଦିର ଚାରିପଟୁ ଉଚ୍ଛେଦ ନେଇ ଚାଲିଛି ସାମାଜିକ ସର୍ବେକ୍ଷଣ । ୫ ଜଣ ପ୍ରୋବେସନାରୀ ଆଇଏଏସଙ୍କ ନେତୃତ୍ୱରେ କରାଯାଉଛି ସର୍ଭେ

ବିସ୍ଥାପିତ ହେବାକୁ ଥିବା ପରିବାର ସହ କରୁଛନ୍ତି ଆଲୋଚନା

304

କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ୭୫ ମିଟର ସୁରକ୍ଷା ବଳୟକୁ ନେଇ ଉଚ୍ଛେଦ ପ୍ରକିୟା ପାଇଁ ଚାଲିଛି ସାମାଜିକ ପ୍ରଭାବ ସର୍ବେକ୍ଷଣ । ୫ଟି ଟିମ ଏଥିରେ ସାମିଲ ହୋଇଛନ୍ତି । ପ୍ରଥମେ ଶ୍ରୀମନ୍ଦିର ଉତ୍ତରଦ୍ୱାର ପଟେ ଥିବା ଚୁଡଙ୍ଗ ସାହି ମୌଜାର ବାଣୁଆ ସାହିରୁ ସର୍ଭେ ଆରମ୍ଭ କରାଯାଉଛି । ୫ ଜଣ ପ୍ରୋବେସନାରୀ ଆଇଏଏସ ମାନଙ୍କ ନେତୃତ୍ୱରେ ସର୍ଭେ କରାଯାଉଛି । ତେବେ ସାମାଜିକ ପ୍ରଭାବ ସର୍ବେକ୍ଷଣକୁ ନେଇ ଅଧିସୂଚନା ଜାରି ହୋଇଥିବା ବେଳେ ସେହି ଅନୁସାରେ ବିସ୍ଥାପିତଙ୍କ ସହ ଆଲୋଚନା କରାଯିବ ।

ତା ପୂର୍ବରୁ ଏକ ମାସ ଭିତରେ ସର୍ଭେ କରିବା ପରେ ଜନଶୁଣାଣି କରାଯାଇ ଲୋକଙ୍କୁ ଥଇଥାନ ନୀତି ୨୦୧୩ ଅନୁଯାୟୀ କରାଯିବ । ରାଜ୍ୟ ସରକାର ଜମି ଅଧିକଗ୍ରହଣ ଆଇନ ୨୦୧୩ର ଧାରା ୪ ଅନୁଯାୟୀ ପ୍ରଥମେ ସ୍ପେଶିଆଲ ଆସେସମେଂଟ କରିବା ପରେ ଜନଶୁଣାଣୀ କରି ମାସେ ଭିତରେ ସର୍ବେକ୍ଷଣ ସାରିବେ । ତା ପରେ ଗ୍ୟାଜେଟ ନୋଟିଫିକେସ କରାଯିବ । ବିସ୍ଥାପିତ ମାନେ ମଧ୍ୟ ଆଗୁଆ ଆସି ପ୍ରଶାସନ ସହ ଆଲୋଚନା କରିଥିବାରୁ ଜିଲ୍ଳାପାଳ ଏହାକୁ ଉତ୍ତମ ସଂକେତ ବୋଲି କହିଛନ୍ତି ।