କିଛି ଦିନର ନୀରବତା ପରେ ପୁଣି ପୁରୀ ବଜାରରେ ବୁଲିଲା ପ୍ରଶାସନର ବୁଲଡୋଜର : ଭାଙ୍ଗିଲା ମୋଚ୍ଚି ସାହି ସ୍ଥିତ ମହଦୋଧୀ ମାର୍କେଟ୍ କମ୍ପେ୍ଲକ୍ସର ପୁରୁଣା ଦୋକାନ,ତିଆରି ହେବ ନୂଆ ମାର୍କେଟ୍ କମ୍ପେ୍ଲକ୍ସ

467

କନକ ବ୍ୟୁରୋ : କିଛି ଦିନର ବ୍ୟବଧାନ ପରେ ପୁଣି ପୁରୀ ବଜାରରେ ବୁଲିଲା ପ୍ରାଶସନର ବୁଲଡୋଜର । ଆଜି ମୋଚି ସାହି ସ୍ଥିତ ମହଦୋଧୀ ବଜାରର ଦୋକାନକୁ ଭଙ୍ଗା ଯାଇଛି । ବିପଦସଂକୁଳ ଦୋକାନ ଗୁଡ଼ିକୁ ଭାଙ୍ଗିବା ନେଇ ପୂର୍ବରୁ ନୋଟିସ୍ ଦିଆଯାଇଥିଲା । ପ୍ରଶାସନର ନୋଟିସ ଆଧାରରେ ଦୋକାନୀ ଦୋକାନ ଖାଲି କରିବା ପରେ ଆଜି ଉଚ୍ଛେଦ କରାଯାଇଛି । ପ୍ରାୟ ୫୮ଟି ଦୋକାନ ଭାଙ୍ଗି ଦେଇଛି ପ୍ରଶାସନ ।

 ତେବେ ପ୍ରଶାସନ ପକ୍ଷରୁ ଏହି ସ୍ଥାନରେ ନୂତନ ମାର୍କେଟ କମ୍ପେକ୍ସେ କରାଯବି । ଆଉ ମହୋଦଧୀ ବଜାରରେ ଦୋକାନ କରିଥିବା ବ୍ୟକ୍ତିଙ୍କୁ ଅଗ୍ରାଧିକାର ଭତିରେ ମାର୍କେଟ୍ କମ୍ପେକ୍ସରେ ଦୋକାନ ଯୋଗାଇ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସେପଟେ ଥଇଥାନ କରିବା ପରେ ଉଚ୍ଛେଦ କରାଯାଇଥିଲେ ଭଲ ହୋଇଥାନ୍ତା ବୋଲି ସ୍ଥାନୀୟ ଦୋକାନୀ ପ୍ରତିକ୍ରିୟା ରଖିଛନ୍ତି ।