କଂଗ୍ରେସ ଭବନରେ ଟିକେଟ୍ ତାତି । ନିଶିକାନ୍ତ ମିଶ୍ରଙ୍କୁ ଟିକେଟ ଦେବାକୁ ଅଡି ବସିଲେ ସମର୍ଥକ ।

358

କନକ ବ୍ୟୁରୋ: କଂଗ୍ରେସ ଭବନରେ ପୁଣି ଟିକେଟ୍ ତାତି । ଗେଟ୍ ବନ୍ଦ କରି ବିରୋଧ ପ୍ରଦର୍ଶନ କରିଛନ୍ତି ପିପିଲି ନିର୍ବାଚନ ମଣ୍ଡଳୀ କଂଗ୍ରେସ କର୍ମୀ । ପିପିଲି ପାଇଁ ଆଶାୟୀ ପ୍ରାର୍ଥୀ ନିଶିକାନ୍ତ ମିଶ୍ରଙ୍କ ଟିକେଟ୍ କଟିବା ନେଇ ସମର୍ଥକ କଂଗ୍ରେସ ଭବନର ଗେଟ୍ ତାଲା ପକାଇ ପ୍ରତିବାଦ କରିଛନ୍ତି । ପିପିଲି ବିଧାନସଭା ଆସନ ପାଇଁ କଂଗ୍ରେସ ଜ୍ଞାନ ରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି । ତେଣୁ ପ୍ରାର୍ଥୀ ପରିବର୍ତ୍ତନ କରି ନିଶିକାନ୍ତଙ୍କୁ ଟିକେଟ୍ ଦେବାକୁ ଦାବି କରିଛନ୍ତି କଂଗ୍ରେସ କର୍ମୀ । ପ୍ରାର୍ଥୀ ପରିବର୍ତ୍ତନ କରାନଗଲେ, ଆଗାମୀ ଦିନରେ ପ୍ରତିବାଦ ଜୋର ହେବ ବୋଲି କର୍ମୀମାନେ ଦାବି କରିଛନ୍ତି ।