ରାଷ୍ଟ୍ରପତି ନିର୍ବାଚନ ପାଇଁ ଓଡିଶା ଆସିଲା ବାଲାଟ ବକ୍ସ : ଆସନ୍ତା ୧୮ ତାରିଖରେ ପଡିବ ଭୋଟ

93

କନକ ବ୍ୟୁରୋ : ଆସନ୍ତା ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ବାଲାଟ୍ ବକ୍ସ ଓ ନିର୍ବାଚନ ସମ୍ପର୍କିତ ସମସ୍ତ ସାମଗ୍ରୀ ଓଡିଶା ପହଞ୍ଚିଛି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସମସ୍ତ ସାମଗ୍ରୀକୁ କଡା ସୁରକ୍ଷା ବଳୟରେ ବିଧାନସଭା ପରିସରରେ ଥିବା ଷ୍ଟ୍ରଂଗରୁମକୁ ନିଆଯାଇଛି । ସେଠାରେ ୨୪ ଘଣ୍ଟିଆ ସୁରକ୍ଷା ବଳୟ ମଧ୍ୟରେ ବାଲାଟ୍ ବକ୍ସ ନିର୍ବାଚନ ସମ୍ପର୍କିତ ସାମଗ୍ରୀକୁ ରଖାଯାଇଛି ।

ସେପଟେ ଓଡିଶା ବିଧାନସଭା ସଚିବାଳୟ ପକ୍ଷରୁ ରାଷ୍ଟ୍ରପତି ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଧାନସଭାର ପ୍ରଥମ ମହାଲ ୫୪ ନମ୍ବର କଠୋରୀରେ ଜୁଲାଇ ୧୮ ତାରିଖ ଦିନ ୧୦ଟାରୁ ଅପରାହ୍ନ ୫ଟା ଯାଏଁ ଭୋଟ ଗ୍ରହଣ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିିଛି । ବିଧାନସଭାର ସମସ୍ତ ନିର୍ବାଚିତ ପ୍ରତିନିଧି ଏଠାରେ ଭୋଟ ଦେବେ । ଯଦି କୌଣସି ସାଂସଦ ଏଠାରେ ଭୋଟ ଦେବା ଭାରତ ନିର୍ବାଚନ କମିସନଙ୍କ ଠାରୁ ଅନୁମତି ଆଣିଥିବେ । ସେମାନେ ଅନୁମତି ପତ୍ର ପ୍ରିଜାଇଡିଂ ଅଫିସରଙ୍କୁ ଦେଖାଇ ଭୋଟ ଦେଇ ପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।