ଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ପିନ୍ଧାଇବେ ଭଉଣୀ ସୁଭଦ୍ରା

99

କନକ ବ୍ୟୁରୋ : ପବିତ୍ର ରକ୍ଷାବନ୍ଧନ । ନିଜର ସୁରକ୍ଷା ତଥା ଭାଇର ଶୁଭ ମନାସୀ ଭଉଣୀ ପିନ୍ଧାଏ ରାକ୍ଷୀ । ହେଲେ ଏହି ମାନବୀୟ ଲୀଳା ଶ୍ରୀମନ୍ଦିରରେ ମଧ୍ୟ ପାଳିତ ହୋଇଥାଏ । ଗହ୍ମାପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରରେ ଭାଇ ଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ପିନ୍ଧାଇଥାନ୍ତି ଭଉଣୀ ସୁଭଦ୍ରା । ଏ ନେଇ କରାଯାଉଛି ସ୍ୱତନ୍ତ୍ର ବ୍ୟବସ୍ଥା । ପାଟରା ବିଶୋୟୀ ସେବାୟତ ପ୍ରସ୍ତୁତ କରୁଛନ୍ତି ସ୍ୱତନ୍ତ୍ର ପାଟରାକ୍ଷୀ ଓ ଗୁଆମାଳ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବାସୁଙ୍ଗା ପାଟରେ ପ୍ରଭୁଙ୍କ ପାଇଁ ତିଆରି ଚାଲିଛି ୪ଟି ରଙ୍ଗର ରାକ୍ଷୀ ।

ଏହି ୪ ରାକ୍ଷୀ ସହିତ ୫୪ଟି ଗୁଆରେ ଗୁଆମାଳ ପ୍ରସ୍ତୁତ କରାଯାଏ । ହଳଦିଆ ନାଲିରଙ୍ଗର ରାଖୀ ଓ ଗୁଆମାଳ ଜଗନ୍ନାଥଙ୍କୁ ଦିଆଯାଏ । ନେଳି ଓ ବାଇଗଣୀ ରଙ୍ଗର ରାଖୀ ବଳଭଦ୍ରଙ୍କୁ ଲାଗି କରାଯାଏ । । ରାକ୍ଷୀ ପୂର୍ଣ୍ଣିମା ଦିନ ଗୋପାଳବଲ୍ଲ୍ ଧୂପ ପରେ ପାଟରା ବିଶୋୟୀ ମନ୍ଦିରକୁ ନେଇ ମେକାପକୁ ଦେଇଥାନ୍ତି । ଆଉ ତାପରେ ସିଂହାରୀ ସେବକ ଏହି ରାଖୀକୁ ମହାପ୍ରଭୁଙ୍କ ନିକଟରେ ଲାଗି କରିବାର ରହିଛି ପରମ୍ପରା । ଶ୍ରୀମନ୍ଦିରରେ ବଳଭଦ୍ରଙ୍କ ଜନ୍ମ ସହ ରାକ୍ଷୀପୂର୍ଣ୍ଣିମା ବେଶ ଧୁମଧାମରେ ପାଳିତ ହୋଇଥାଏ ।