୭୯ ବର୍ଷରେ ସୁର ରାଉତରାୟ । ଜନ୍ମଦିନରେ ଛୁଟୁଛି ଶୁଭେଚ୍ଛାର ସୁଅ

214

କନକ ବ୍ୟୁରୋ : ୭୯ ବର୍ଷରେ ପାଦ ଦେଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ଏହି ଅବସରରେ ନିଜ ବାସଭବନରେ କର୍ମୀ ଓ ସମର୍ଥକଙ୍କ ଗହଣରେ ଜନ୍ମଦିନ ପାଳିଛନ୍ତି ସୁର ରାଉତରାୟ । ବାସଭବନରେ କର୍ମୀ ଓ ସମର୍ଥକମାନେ ପହଞ୍ଚି ଫୁଲତୋଡ଼ା ଦେଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ବିଭିନ୍ନ ସମୟରେ ନିଜ ବୟାନଙ୍କୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । ମାଡ଼ି ଚାଲ କହି କର୍ମୀ ଓ ସମର୍ଥକଙ୍କୁ ଉତ୍ସାହିତ କରନ୍ତି ସୁର ।