ଖେଳାଳୀଙ୍କୁ ମହଙ୍ଗାରେ କିଣି ଚର୍ଚ୍ଚାରେ ‘କିଗ୍ସ ଇଲେଭେନ ପଂଜାବ’ର ମାଲିକ : ସୋସିଆଲ ମିଡିଆରେ ଉଡୁଛି ପ୍ରୀତିଜିଂଟାଙ୍କ ମଜାକ୍

47

ବଲିଉଡ ଅଭିନେତ୍ରୀ ଏବଂ ‘କିଗ୍ସ ଇଲେଭେନ ପଂଜାବ’ର ମାଲିକ ପ୍ରୀତି ଜିଣ୍ଟା ଟ୍ରୋଲ ହୋଇ ଯାଇଛନ୍ତି । ଯାହାର କାରଣ ହେଉଛି ଆଇପିଏଲ- ୧୧ ସିଜନରେ ଲଗା ଯାଇଥିବା ତାଙ୍କର ନିଲାମ ଡାକ । ପ୍ରୀତିଜିଣ୍ଟା ଯୁବ ଖେଳାଳୀ କେ.ଏଲ ରାହୁଲଙ୍କୁ ସବୁଠାରୁ ଅଧିକ ମୂଲ୍ୟ ଡାକି କିଣି ସାରିଛନ୍ତି । ଯାହାଙ୍କୁ ନେଇ ସୋସିଆଲ ମିଡିଆରେ ତାଙ୍କ ମଜାକ ଉଡ଼ୁଛି । ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳାଳୀମାନଙ୍କୁ ନେଇ ନିଲାମ ଡକାଯିବା ପ୍ରକ୍ରିୟା ସବୁବେଳେ ଲାଗି ରହିଥାଏ,ଯେଉଁଥିରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି ନିଷ୍ପତ୍ତି ହେଉଛି ପ୍ରୀତିଜିଂଟାଙ୍କର ।

ପ୍ରୀତିଜିଂଟା ଯୁବ ଖେଳାଳୀ କେ ଏଲ ରାହୁଲଙ୍କୁ ୧୧ କୋଟି ଟଙ୍କା ଦେଇ କିଶିଛନ୍ତି । ସେହି ସମୟରେ ଯୁବରାଜ ସିଂ ୨ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି । ତେବେ ଏତେ ଟଙ୍କା ଦେଇ ରାହୁଲଙ୍କୁ କିଣିଥିବାରୁ ସୋସିଆଲ ମିଡିଆରେ ପ୍ରୀତିଙ୍କର ମଜାକ ଉଡ଼ୁଛି । ଜଣେ ୟୁଜର ଏହା ମଧ୍ୟ ଲେଖିଛନ୍ତିଯେ ପ୍ରୀତି ବିନା କାରଣରେ ରାହୁଲ ଏବଂ ମନିଷ ପାଣ୍ଡେଙ୍କ ଭାଉ ବଢାଇ ଦେଇଛନ୍ତି । ଏହାକୁ ନେଇ ଆଦି ଶର୍ମା ମଧ୍ୟ କହିଛନ୍ତିଯେ ରାହୁଲ ଏବେ ୧୧ କୋଟି ଟଙ୍କା ଟ୍ୟାଗ ସହିତ ଉଠିବେ ଏବଂ ଡିନର ପ୍ରୀତି ଜିନ୍ତାଙ୍କ ସହିତ କରିବେ । ଆଉ କେହି ଲେଖିଛିଯେ ପ୍ରୀତି ବୋଧହୁଏ ନିଶାରେ ଥିଲେ ।

ତେବେ ପ୍ରୀତିଙ୍କ ଟିମରେ ଜଏନ କରିଥିବା ସମସ୍ତ ଖେଳାଳୀ ମାନଙ୍କ ମଧ୍ୟରେ ରାହୁଲ ହେଉଛନ୍ତି ସବୁଠାରୁ ମହଙ୍କା ଖେଳାଳୀ । ଯଦିଓ ସେ ସବୁଠାରୁ ଯୁବା ଖେଳାଳୀ କିନ୍ତୁ ଟିମର ଆବଶ୍ୟକତା ଅନୁସାରେ ସେ ସବୁବେଳେ ଦମଦାର ଖେଳି ଆସିଛନ୍ତି ଏବଂ ଦର୍ଶକଙ୍କୁ ପ୍ରଭାବିତ କରିଛନ୍ତି ।