ଆସନ୍ତାକାଲିଠାରୁ ପାର୍ଲାମେଂଟ ବଜେଟ୍ ଅଧିବେଶନ : ଆଜି ସର୍ବଦଳୀୟ ବୈଠକ

39

କନକ ବ୍ୟୁରୋ :  ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ । ଏହାପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ । ଏହି ଅଧିବେଶନରେ ସଂସଦକୁ ସୁରଖୁରରେ ଚଳାଇବା ପାଇଁ ସମସ୍ତ ଦଳର ସହଯୋଗ ଲୋଡିବେ ବାଚସ୍ପତି । ଏହାସହିତ ବିଭିନ୍ନ ବିଲ ଉପରେ ଆଲୋଚନା କରିବାର ସମ୍ଭାବନା ରହିଛି ।

କେନ୍ଦ୍ର ସରକାର ମଧ ଆଜି ଆଉ ଏକ ବୈଠକ ଡାକିଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିରୋଧୀ ନେତା ବିଭିନ୍ନ ସମସ୍ୟା ଉପରେ ନିଜ ନିଜର ମତାମତ ଉପସ୍ଥାପନ କରିବେ । ଅଧିବେଶନର ପ୍ରଥମ ପର୍ଯ୍ୟାୟ କାଲିଠାରୁ ଫେବ୍ରୁଆରୀ ୯ତାରିଖରେ ହେବ । ଏଥିରେ ସରକାର ଜାନୁଆରୀ ୨୯ତାରିଖ ଦିନ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିବା ପରେ ଫେବୃଆରୀ ପହିଲାରେ ଦିନ ବଜେଟ୍ ଉପସ୍ଥାପନ କରିବେ । ଅଧିବେଶନର ପରବର୍ତ୍ତିି ଚରଣ ମାର୍ଚ୍ଚ ୫ତାରିଖରୁ ଏପ୍ରିଲ ୬ତାରିଖ ଯାଏ ଚାଲିବ ।