ପୁଅ ସହ ୩୦ ଫୁଟ ଉଚ୍ଚ ବ୍ରିଜରୁ ଖସିପଡିଲେ ଗର୍ଭବତୀ… ରାତି ସାରା ମା’ର ଶବ ପାଖରେ କାନ୍ଦୁଥିଲା କୁନି ପୁଅ

7,615

କନକ ବ୍ୟୁରୋ: ଘଟଣା ମହାରାଷ୍ଟ ଚନ୍ଦ୍ରପୁର ଅଞ୍ଚଳର । ସୁଷମା ପୱନ କାକଡେ ନାମକ ମହିଳା ନିଜ ୪ ବର୍ଷର ପୁଅକୁ ନେଇ ସ୍କୁଟିରେ ଘରୁ ବାହାରିଥିଲେ । ସେ ୩ ମାସର ଗର୍ଭବତୀ ଥିଲେ । ବାମନୀରୁ ରାଜୁରା ବାଟରେ ପଡୁଥିବା ବର୍ଦ୍ଧା ନଦୀ ବ୍ରିଜ ଉପରେ ସ୍କୁଟିର ସନ୍ତୁଳନ ବିଗିଡିଯାଇଥିଲା । ଫଳରେ ୩୦ ଫୁଟ ଉଚ୍ଚ ବ୍ରିଜ ଉପରୁ ସ୍କୁଟି ସହ ଖସିପଡଲେ ମା’, ପୁଅ । ଘଟଣାସ୍ଥଳରେ ସୁଷମାଙ୍କର ମୃତ୍ୟୁ ହୋଇଥିବାବେଳେ ପୁଅକୁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏ ଦୃଶ୍ୟ ଥିଲା ବେଶ୍ ହୃଦୟ ବିଦାରକ । ସୁଷମା ଘରକୁ ନଫେରିବାରୁ ସ୍ୱାମୀ ଯେକି ଜଣେ ବ୍ୟାଙ୍କର ପୁଲିସରେ ମିସିଙ୍ଗ କେସ୍ ଦାଏର କରିଥିଲେ । ପୁଲିସ ଅନେକ ଖୋଜା ଖୋଜି କରିବା ପରେ ବି ମିଳିନଥିଲା । ସୁଷମାଙ୍କ ସ୍ୱାମୀ ଇଣ୍ଟରନେଟରେ ସୁଷମାଙ୍କ ଫୋନ୍ କଲର ଲାଷ୍ଟ ଲୋକେସନ୍ ସର୍ଚ୍ଚ କରିଥିଲେ, ଯାହା ବର୍ଦ୍ଧା ନଦୀ ନିକଟ ଦେଖାଇଲା । ବୁଧବାର ରାତି ସାରା ସର୍ଚ୍ଚ କରିବା ପରେ ପୋଲ ତଳୁ ଶିଶୁର କାନ୍ଦଣା ଶୁଣାବାକୁ ମିଳିଲା । ଖୋଜି ଖୋଜି ଯାଇ ପହଂଚିବା ବେଳକୁ ସୁଷମାଙ୍କର ଶବ ପଡିଥିଲା । ତାଙ୍କ ବେକ ହାଡ ଓ ହାତ ଭାଙ୍ଗିଯାଇଥିଲା । ତାଙ୍କ ମୃତଦେହ ପାଖରେ ବସି କୁନି ପୁଅ କାନ୍ଦୁଥିଲା । ଯାହା ସେସମୟରେ ପୁଲିସ କର୍ମୀଙ୍କ ମନକୁ ଦୋହଲାଇଦେଇଥିଲା ।

ପୁଅକୁ ନେଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ସହ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ଦାଏର କରିବା ସହ ଦୁର୍ଘଟଣାର ପ୍ରକୃତ କାରଣ ଖୋଜୁଛି ପୁଲିସ ।