ଜାତୀୟ ରାଜପଥ ୫୫କୁ ନେଇ ଚିନ୍ତାପ୍ରକଟ କଲେ ପ୍ରଣବ ପ୍ରକାଶ ଦାସ । ବିଜୁ ଏକ୍ସପ୍ରେସ ୱେ ଏବଂ ଜାତୀୟ ରାଜପଥ ୫୫ର ଫଟୋ ଜାରି କଲେ କଟାକ୍ଷ ।

605

କନକ ବ୍ୟୁରୋ: ଜାତୀୟ ରାଜପଥ ୫୫କୁ ନେଇ ଚିନ୍ତାପ୍ରକଟ କଲେ ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ବିଜୁ ଏକ୍ସପ୍ରେସ ୱେ ଏବଂ ଜାତୀୟ ରାଜପଥ ୫୫ର ଫଟୋ ଜାରି କରି ପ୍ରତିପକ୍ଷ ଦଳ ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେ ପ୍ରଶ୍ନ କରିଛନ୍ତି । ପ୍ରଣବ ଟ୍ୱିଟ୍ କରି ଲେଖିଛନ୍ତି, ବିଜୁ ଏକ୍ସପ୍ରେସ ୱେ ରାଜ୍ୟ ସରକାରଙ୍କ ଦ୍ୱାରା ତିଆରି ହୋଇଛି । ଏହା ଦେଶର ଅନ୍ୟତମ ଶ୍ରେଷ୍ଠ ରାସ୍ତା ବୋଲି ସେ ଦାବି କରିଛନ୍ତି । ଅନ୍ୟପଟେ ଜାତୀୟ ରାଜପଥ ୫୫ରେ ଗତ ୫ ବର୍ଷରେ ୪୦୦ରୁ ଅଧିକ ଦୁର୍ଘଟଣା ଘଟିଛି । ୨୦୦ରୁ ଅଧିକ ଜୀବନ ଯାଇଛି । ଏହି ବିପର୍ଯ୍ୟସ୍ତ ଅବସ୍ଥା ପାଇଁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ରହିଛି ବୋଲି ପ୍ରଣବ କହିଛନ୍ତି ।