ଆହୁରି ଶକ୍ତିଶାଳୀ ହେଲା ଚେନ୍ନାଇ । ଦଳରେ ସାମିଲ ହେଲେ ଏହି ବିଦେଶୀ ଦ୍ରୁତ ବୋଲର ।

683

କନକ ବ୍ୟୁରୋ: ଆହୁରି ଅଧିକ ଶକ୍ତିଶାଳୀ ହେଲା ଚେନ୍ନାଇ ସୁପର କିଙ୍ଗସ୍ । ଦଳକୁ ମିଳିଲା ନୂଆ ଦ୍ରୁତ ବୋଲର । ଡେଭନ୍ କନୱେଙ୍କ ସ୍ଥାନରେ ଦଳରେ ସାମିଲ ହେଲେ ରିଚାର୍ଡ ଗ୍ଲିସନ୍ । ଗୁରୁବାର ଚେନ୍ନାଇ ସୁପର କିଙ୍ଗସରେ ଏହି ପରିବର୍ତ୍ତନ ହେଇଛି । ଆହତ ହେଇ ଦଳଠୁ ଦୂରରେ ଥିବା ଡେଭନ୍ କନୱେଙ୍କ ସ୍ଥାନରେ ଦଳ ଦ୍ରୁତ ବୋଲର ରିଚାର୍ଡ ଗ୍ଲିସନଙ୍କୁ ଦଳରେ ସାମିଲ ହେଇଛନ୍ତି ।

ଆହତ ଜନିତ ସମସ୍ୟା ହେତୁ ଡେଭନ କନୱେ ଏଥର ଗୋଟିଏ ବି ମ୍ୟାଚ୍ ଖେଳିପାରିନାହାଁନ୍ତି । ତାଙ୍କ ସ୍ଥାନରେ ଦଳ ରଚିନ ରବୀନ୍ଦ୍ରଙ୍କୁ ଦଳରେ ସ୍ଥାନ ଦେଇଛି । ରଚିନ୍ ବର୍ତ୍ତମାନ କନୱେଙ୍କ ସ୍ଥାନରେ ଦଳ ପାଇଁ ଓପନିଂ କରୁଛନ୍ତି । ତେବେ ଚେନ୍ନାଇ ଏବେ କନୱେଙ୍କ ରିପ୍ଲେସମେଣ୍ଟରେ ରିଚାର୍ଡଙ୍କୁ ଦଳରେ ସାମିଲ କରିଛି ।

୩୬ ବର୍ଷୀୟ ଏହି ଖେଳାଳି ବର୍ତ୍ତମାନ ସୁଦ୍ଧା ୯୦ଟି ଟି୨୦ ମ୍ୟାଚ୍ ଖେଳି ୧୦୧ ୱିକେଟ୍ ନେଇଛନ୍ତି । ଇଂଲଣ୍ଡ ତରଫରୁ ସେ କେବଳ ୬ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଏହି ୬ଟି ମ୍ୟାଚରେ ସେ ୯ଟି ସଫଳତା ପାଇଛନ୍ତି । ଶେଷ ଥର ପାଇଁ ସେ ୨୦୨୨ରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିଲେ ।

ସୂଚନାଯୋଗ୍ୟ ଯେ, ଗ୍ଲିସନ ଚେନ୍ନାଇ ଟିମରେ ସାମିଲ ହେବା ଦ୍ୱାରା ଦଳର ବୋଲିଂ ଲାଇନ୍ ଅପ୍ ଆହୁରି ଶକ୍ତିଶାଳି ହେଇଯିବ । କୁହାଯାଉଛି ମୁସ୍ତାଫିଜୁର ରେହମାନଙ୍କ ପରେ, ସେ ଦଳର କାମ ଆସିବେ । ମୁସ୍ତାଫିଜୁର ରେହମାନ୍ ମେ ୧ ତାରିଖ ପରେ ଚେନ୍ନାଇ ଦଳ ସହ ରହିବେ ନାହିଁ । ଯେଉଁ କାରଣରୁ ଦଳ ଗ୍ଲିସନଙ୍କୁ ଦଳରେ ସାମିଲ କରିଛି ।