ତିହାର ଜେଲରେ ପ୍ରତିଦିନ ଆଳୁ,ପୁରୀ, ମିଠା ଓ ଆମ୍ବ ଖାଉଛନ୍ତି କେଜ୍ରିୱାଲ, ଯାହାଫଳରେ ଚିକିତ୍ସା ଆଳ ଦେଖାଇ ନେଇପାରିବେ ଜାମିନ । କୋର୍ଟରେ ଅଭିଯୋଗ କଲା ଇଡି ।

290

କନକ ବ୍ୟୁରୋ : ମଦ ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଜେଲରେ ରହିଛନ୍ତି । ଦୀର୍ଘଦିନ ହେବ ଗିରଫ ହେବା ପରେ ମଧ୍ୟ କେଜ୍ରିୱାଲଙ୍କୁ ଜାମିନ ମିଳିନାହିଁ । ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ଇଡି କେଜ୍ରିୱାଲଙ୍କ ନାଁରେ ବଡ ଅଭିଯୋଗ ଆଣିଛି । କୋର୍ଟରେ ଇଡି ପକ୍ଷରୁ କୁହାଯାଇଛି ଯେ, ଜେଲରେ ଜାଣିଶୁଣି କେଜ୍ରିୱାଲ ଅଧିକ ମିଠା ଖାଉଛନ୍ତି । ଯାହାଦ୍ୱାରା ତାଙ୍କ ଶରୀରରେ ସୁଗାର ମାତ୍ରା ବଢିବ ଏବଂ ମେଡିକାଲ ଚିକିତ୍ସା ଆଧାରରେ ଜାମିନ ହାସଲ କରିପାରିବେ ।

କୋର୍ଟରେ ଇଡି ପକ୍ଷରୁ କୁହାଯାଇଛି ଯେ, କେଜ୍ରିୱାଲ ଟାଇପ-୨ ମଧୁମେହରେ ପୀଡିତ । ଏହାସତ୍ତେ୍ୱ ମଧ୍ୟ ଜେଲରେ ଅଧିକ ମାତ୍ରାରେ ଆଳୁ, ପୁରୀ, ଆମ୍ବ ଓ ମିଠା ଖାଉଛନ୍ତି କେଜ୍ରିୱାଲ । ଯାହାଦ୍ୱାରା ଶରୀର ସୁଗାର ମାତ୍ରା ବଢିବ ଏବଂ ତାଙ୍କୁ ଚିକିତ୍ସା ଆଳରେ ଜାମିନ ମିଳିଯିବ । ଏହି ଅଭିଯୋଗକୁ ନେଇ କୋର୍ଟ କେଜ୍ରିୱାଲଙ୍କ ଓକିଲଙ୍କୁ ଜେଲର ରିପୋର୍ଟ ଏବଂ କେଜ୍ରିୱାଲଙ୍କ ଡାଏଟ ପ୍ଳାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି ହେବ ।