ପିପିଏଲ ଡିଏଭି ସ୍କୁଲରେ ଓଡିଆ ପାଠ୍ୟକ୍ରମ ବନ୍ଦକୁ ନେଇ ଚର୍ଚ୍ଚା ! ଚିନ୍ତାରେ ଅଭିଭାବକ, ଚାଲିଛି ଘନଘନ ବୈଠକ

48

କନକ ବ୍ୟୁରୋ : ପିପିଏଲ ଡିଏଭି ସ୍କୁଲରେ ଓଡିଆ ପାଠ୍ୟକ୍ରମ ବନ୍ଦକୁ ନେଇ ଚର୍ଚ୍ଚା ଜୋର ଧରିଛି । ଚାଲିଛି ଘନଘନ ବୈଠକ । କେତେବେଳେ ପିପିଏଲ ମ୍ୟନେଜମେଣ୍ଟ ତରଫରୁ ବୈଠକ ଚାଲିଥବାବେଳେ କେତେବେଳେ ଚାଲିଛି ଅଭିଭାବକ ସଂଘର । ଯଦି ଓଡିଆ ପାଠ୍ୟକ୍ରମ ବନ୍ଦହୁଏ ତେବେ ପିପିଏଲକୁ ବନ୍ଦ କରିବାର ଚେତାବନୀ ଦେଇଛନ୍ତି ଅଭିବାକ ସଂଘ । ଅନ୍ୟପଟେ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ପିପିଏଲ ମୁଖ୍ୟ ପରିଚାଳନା ଅଧିକାରୀ ।

ଦୀର୍ଘ ୩୦ବର୍ଷ ଧରି ଏହି ଶିକ୍ଷାନୁଷ୍ଠାନ ପାରଦ୍ୱୀପରେ ନିରନ୍ତର ଉଚ୍ଚ ଗୁଣବତ୍ତାର ଶିକ୍ଷା ଦେଇ ଆସୁଛି । ତେବେ ହଠାତ ଏହି ସ୍କୁଲର ଓଡିଆ ମିଡିୟମ ପାଠ୍ୟକ୍ରମକୁ ନେଇ ବନ୍ଦ ହେବା ଖବର ଅଭିଭାବକଙ୍କୁ ବିଚଳିତ କରିଛି । ଯାହାକୁ ନେଇ ୨୦୦ରୁ ଉର୍ଦ୍ଧ ଅଭିଭାବକ ଏକତ୍ରୀତ ହୋଇ ଜରୁରୀ ବୈଠକ କରିଛନ୍ତିି । ପିଲାମାନଙ୍କ ଭବ୍ୟଷ୍ୟତକୁ ଆଖି ଆଗରେ ରଖି ୧୬ ତାରିଖ ସୁଦ୍ଧା ସମସ୍ୟାର ସମାଧାନ କରିବା ପାଇଁ ବୈଠକରେ ଦାବି କରିଛନ୍ତି । ଏହା ସହିତ ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଅଭିଭାବକ ସଂଘ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ସୂଚନା ଅନୁଯାୟୀ ସ୍କୁଲ ଖୋଲିବା ସମୟରେ ଡିଏଭି କର୍ତ୍ତୁପକ୍ଷଙ୍କ ସହ ହୋଇଥିବା ଚୁକ୍ତି ଏହା ଭିତରେ ଶେଷ ହୋଇଛି । ଏହାକୁ ନେଇ ଡିଏଭି କର୍ତ୍ତୁପକ୍ଷ ପିପିଏଲ ମ୍ୟାନେଜମେଂଟ ସହ ଏକ ବୈଠକ କରିଛନ୍ତି । କିନ୍ତୁ କୌଣସି ନିସ୍କର୍ଷ ବାହାରି ନଥିବାରୁ ସ୍କୁଲ ବନ୍ଦ ହେବା ସନ୍ଦେହ କରାଯାଉଛି ।

ପିପିଏଲ ଡିଏଭି ପବ୍ଲିକ ସ୍କୁଲରେ ଇଂରାଜୀ ମିଡିୟମରେ ୫୫୯ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଓଡିଆ ମିଡିୟମରେ ୪୧୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଦୁଇଟି ମିଡିୟମ୍ରେ ୬୫ ଜଣ କର୍ମଚାରୀ କାର୍ଯ୍ୟ କରୁଥିବା ଜଣାପଡିଛି । ତେଣୁ ଓଡିଆ ମିଡିୟମ ସ୍କୁଲ ବନ୍ଦ ହେଲେ ଶତାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବ । ତେବେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପିପିଏଲ୍ ମୁଖ୍ୟ ପରିଚାଳନା ଅଧିକାରୀ ବିଶ୍ୱଜିତ କୁମାର ସିହ୍ନା । ସେ କହିଛନ୍ତି ପିପିଏଲ୍ କେବେ କାହାରିକୁ ଶିକ୍ଷ୍ୟାରୁ ବଚିଂତ କରିବ ନାହିଁ, ସମସ୍ତଙ୍କୁ ଶିକ୍ଷ୍ୟା ଯୋଗାଇବା ପିପିଏଲ୍ର ଏକ ଦାୟୀତ୍ୱ । ପିପିଏଲ୍ ଡିଏଭି ସ୍କୁଲରେ ଓଡିଆ ପାଠ୍ୟକ୍ରମ ବନ୍ଦକୁ ନେଇ ଓଡିଆ ମିଡିୟମର ଛାତ୍ରଛାତ୍ରୀ ଓ ଅଭିଭାବକ ଭୟଭୀତ ଥିବାବେଳେ ଉଭୟ ଡିଏଭି ଓ ପିପିଏଲ ପ୍ରଶାସନ କଣ ପଦକ୍ଷପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।