ରାଜଧାନୀରେ ଏବେ ଆଳୁ କିଲୋ ପିଛା ୨୮ରୁ ୩୦ ଟଙ୍କା । ଖାଉଟିଙ୍କ ପକେଟକୁ ବାଧୁଛି ବର୍ଦ୍ଧିତ ଦର

285

କନକ ବ୍ୟୁରୋ: ବଜାରରେ ଆଳୁ ଦର ମହଙ୍ଗା । ରାଜଧାନୀରେ ଏବେ ଆଳୁ କିଲୋ ପିଛା ୨୮ରୁ ୩୦ ଟଙ୍କା ଦରରେ ବିକ୍ରି ହେଉଛି । ଆଳୁର ଦର ବୃଦ୍ଧି ଖାଉଟିଙ୍କ ପକେଟକୁ ବାଧୁଛି । ବିଶେଷ କରି ଆଳୁ ଅମଳ ସରୁ ସରୁ ମହଙ୍ଗା ହେବା ସାଧାରଣ ଲୋକଙ୍କୁ ଅଡୁଆରେ ପକାଇଛି । ସାଧାରଣତଃ ଡିସେମ୍ବରରୁ ଫେବ୍ରୁଆରୀ ଭିତରେ ଆଳୁ ଅମଳ ହୋଇଥାଏ । ନୂଆ ଆଳୁ ବଜାରକୁ ଆସିବା ପରେ ଦର କମିବା କଥା, କିନ୍ତୁ ବାହାର ରାଜ୍ୟରେ ଦର ବଢିଥିବାରୁ ଓଡିଶାରେ ମଧ୍ୟ ବଢୁଛି ବୋଲି କହିଛନ୍ତି ବଜାର କମିଟି । ଓଡିଶାର ଲୋକଙ୍କ ଆବଶ୍ୟକତା ମେଣ୍ଟାଇବା ପାଇଁ ଓଡିଶା ବାହାର ରାଜ୍ୟ ଉପରେ ନିର୍ଭର କରିଥାଏ । ଓଡିଶାରେ ଆବଶ୍ୟକ ଆଳୁର ପରିମାଣରୁ ମାତ୍ର ୫ ପ୍ରତିଶତ ରାଜ୍ୟରେ ଉତ୍ପାଦିତ ହୋଇଥାଏ । ଆଉ ୯୫ ପ୍ରତିଶତ ଆଳୁ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡିଥାଏ । ଏବେ ବାହାର ରାଜ୍ୟରେ ଆଳୁର ଦର ବଢିଥିବାରୁ ରାଜ୍ୟରେ ମଧ୍ୟ ଆଳୁର ଦର ବଢିଥିବା କହିଛନ୍ତି, ଓଡିଶା ବ୍ୟବସାୟୀ ମହାସଂଘର ମହାସଚିବ ।