ଇଚ୍ଛାମୃତ୍ୟୁକୁ ଅନୁମତି ଦେଲା ଏହି ଦେଶ, ହେଲେ ଜାଣନ୍ତୁ କଣ ରହିଛି ସର୍ତ୍ତ ?

1,069

କନକ ବ୍ୟୁରୋ : ଇଚ୍ଛାମୃତ୍ୟୁକୁ ନେଇ ସାରା ବିଶ୍ୱରେ ତର୍କ ବିତର୍କ ଜାରି ରହିଛି । ଗୋଟିଏ ପକ୍ଷ ଏହାକୁ ଅନୁମତି ମିଳିବା ଉଚିତ ବୋଲି କୁହୁଥିବା ବେଳେ ଅନ୍ୟ ପକ୍ଷ ଏହାକୁ ଭୁଲ ବୋଲି କହୁଛନ୍ତି । ଏହି କ୍ରମରେ ବିଶ୍ୱର ଅନେକ ଦେଶ ଇଚ୍ଛାମୃତ୍ୟୁକୁ ମାନ୍ୟତା ଦେଇଥିବା ବେଳେ ଏହି ଦେଶ ତାଲିକାରେ ପୁଣି ଯୋଡି ହୋଇଛି ଆଉ ଏକ ଦେଶ । ୟୁରୋପୀୟ ଦେଶ ପର୍ତ୍ତୁଗାଲ ସଂସଦରେ ଇଚ୍ଛାମୃତ୍ୟୁକୁ ମାନ୍ୟତା ମିଳିଛି । କୁହାଯାଇଛି କି, ୧୮ ବର୍ଷ ବୟସରୁ ଅଧିକ ବୟସର ଲୋକମାନେ ମୃତ୍ୟୁ ପାଇଁ ଅନୁମତି ପାଇପାରିବେ, ହେଲେ କିଛି ସର୍ତ୍ତ ପୁରଣ କରିବାକୁ ପଡିବ ।

ଏକ ଅର୍ନ୍ତଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଦେଶରେ ଦୀର୍ଘଦିନ ଧରି ଇଚ୍ଛାମୃତ୍ୟୁକୁ ଅନୁମତି ଦେବାକୁ ଦାବି ହୋଇଆସୁଥିବା ବେଳେ ଶୁକ୍ରବାର ଦିନ ଏହାକୁ ଆଇନଗତ ମାନ୍ୟତା ମିଳିଛି । ଏହି ଆଇନକୁ ମାନ୍ୟତା ଦେବା ବେଳେ ସଂସଦ କିଛି ସର୍ତ୍ତ ରଖିଛି । ଏହି ସର୍ତ୍ତ ମୁତାବକ ଯଦି କୌଣସି ବ୍ୟକ୍ତି ରୋଗରେ ପଡି ଅସହ୍ୟ ଯନ୍ତ୍ରଣା ଭୋଗୁଥିବ ଓ ଏହି ରୋଗର କୌଣସି ଚିକିତ୍ସା ନଥିବ ତେବେ ସେ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିପାରିବ । ସଂସଦରେ ଏହି ଆଇନ ପାରିତ ହେଉଥିବା ବେଳେ ଏହାକୁ ରୁଢିବାଦୀ ରାଷ୍ଟ୍ରପତି ମାର୍ସେଲୋ ରୋବେଲୋ ଏହାକୁ ଦୃଢ ବିରୋଧ କରିଥିଲେ    । ହେଲେ ବହୁସଂଖ୍ୟାର ଲୋକ ଏହାକୁ ସମର୍ଥନ କରୁଥିବାରୁ ଏହାକୁ ଆଇନର ମାନ୍ୟତା ମିଳିଛି ।

ଇଚ୍ଛାମୃତ୍ୟୁ ଆଇନ ପ୍ରାବଧାନ ମୁତାବକ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗୁଥିବା ଲୋକ ମାନସିକ ଭାବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଆବଶ୍ୟକ । ଏହାସହ ଏହି ଆଇନ କେବଳ ପର୍ତ୍ତୁଗାଲ ନାଗରିକଙ୍କ ପାଇଁ ଲାଗୁ ହେବ । ପର୍ତ୍ତୁଗାଲରେ ରହୁଥିବା କୌଣସି ବିଦେଶୀ ନାଗରିକ ଏହାର ଫାଇଦା ଉଠାଇପାରିବେ ନାହିଁ ।