ନିଆଁ ଲିଭାଇବା ପାଇଁ ପହଞ୍ଚିଥିଲା ପୁଲିସ, ଘରୁ ମିଳିଲା ବିପୁଳ ପରିମାଣର ଟଙ୍କା

535

କନକ ବ୍ୟୁରୋ: ହାଇଦ୍ରାବାଦର ସିକନ୍ଦରାବାଦରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏଠାରେ ଥିବା ଏକ ରେଜିମେଣ୍ଟାଲ ମାର୍କେଟରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଲୋକମାନେ ନିଆଁ ଲିଭାଇବା ପାଇଁ ତୁରନ୍ତ ଅଗ୍ନିଶମବାହିନୀକୁ ସୂଚନା ଦେଇଥିଲେ । କିଛି ସମୟ ମଧ୍ୟରେ ଘଟଣାସ୍ଥଳରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ । ଯେଉଁ ଅଞ୍ଚଳରେ ନିଆଁ ଲାଗିଥିଲା ତାହା ଏକ ମାର୍କେଟ ଅଞ୍ଚଳ । ତେବେ ନିଆଁ ଲିଭାଇବା ପରେ ପୋଲିସ ଯେତେବେଳେ ସେହି ଘରେ ପ୍ରବେଶ କରିଥିଲା ସେତେବେଳେ ସମସ୍ତଙ୍କ ହୋସ ଉଡିଯାଇଥିଲା । ପୁଲିସକୁ ଏଠାରୁ ବିପୁଳ ପରିମାଣର ହାୱାଲା ଟଙ୍କା ମିଳିଛି । ଘଟଣାର ଯାଞ୍ଚ ପୁଲିସ ଆରମ୍ଭ କରିଛି । ଏହି ସମୟରେ ଘରର ମାଲିକ ସେଠାରେ ଉପସ୍ଥିତ ନଥିଲେ । ପୁଲିସ ଶୋଇବା ଘରୁ ୧ କୋଟି ୬୪ ଲକ୍ଷ ଟଙ୍କା ଜବତ କରିଛି । ସେହିଭଳି ସୁନା ଏବଂ ରୁପା ମଧ୍ୟ ଜବତ କରିଛି ପୁଲିସ ।