ନିର୍ବାଚନ ପାଇଁ ଶୃଙ୍ଖଳା ଉପରେ ଗୁରୁତ୍ୱ । ଓଡିଶା-ଛତିଶଗଡ ସୀମାରେ ପୋଲିସର କଡା କଡି ଯାଂଚ

39

କନକ ବ୍ୟୁରୋ : ଓଡିଶା – ଛତିଶଗଡ ସୀମାରେ ପୋଲିସ ର କଡା କଡି ଯାଂଚ । ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଉମରକୋଟ ପୋଲିସ ଓଡିଶା – ଛତିଶଗଡ ସୀମାରେ କଡ଼ା କଡ଼ି ଯାଂଚ କରୁଥିବା ଦେଖିବାକୁ ମିଳିଛି । ଓଡିଶା ରେ ସାଧାରଣ ନିର୍ବାଚନ ନିମନ୍ତେ ନେତାମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାର ପ୍ରସାର ନିମନ୍ତେ ସମସ୍ତ ବଳ ପ୍ରୟୋଗ କରୁଥିବା ବେଳେ ସେପଟେ ପୋଲିସ ମଧ୍ୟ ସୀମାନ୍ତ ବର୍ତୀ ଅଂଚଳରେ କଡାକଡି ଯାଂଚ ଜାରି ରଖିଛି । ନବରଙ୍ଗପୁର ଜିଲା ଉମରକୋଟ ଏସ୍ଡ଼ିପିଓ ମଧୁଶିକ୍ତା ମିଶ୍ରଙ୍କ ନିର୍ଦେଶକ୍ରମେ ଓ ଥାନା ଅଧିକାରୀ ଡ଼ମ୍ବରୁଧର ପ୍ରଧାନଙ୍କ ତତ୍ୱାବଧାନ ରେ ହୋଇ ଓଡିଶା ଓ ଛତିଶଗଡ ରାଜ୍ୟର ସୀମାବର୍ତୀ ଦଣ୍ଡେସରା ଠାରେ ଗାଡି ଯାଂଚ କଡାକଡି କରାଯାଇଛି । ଛତିଶଗଡ ପଟରୁ ଓଡିଶା ଏବଂ ଓଡିଶାରୁ ଛତିଶଗଡ ଯାଉଥିବା ସମସ୍ତ ଯାନବାହାନ ତଥା ବସ, ଟ୍ରକ, କାର, ମୋଟରସାଇକଲକୁ ଟିକି ନିକି ଭାବେ ଯାଂଚ କରାଯାଉଛି । ମଦ, ଟଂକା ଇତ୍ୟାଦି ଯେପରି ଛତିଶଗଡ ରାଜ୍ୟ ପଟୁ ଓଡିଶା ଭିତରକୁ ପ୍ରବେଶ ନ କରେ ସେଥି ପାଇଁ ତୀକ୍ଷ୍ମ ଦୃଷ୍ଟି ରଖା ଯାଇଛି