ବିଧାୟକ ପାର୍ଥୀଙ୍କ ପ୍ରଚାରକୁ ବିରୋଧ । ଭଂଜନଗର ଉଢ଼ୁରା ଗାଁ ଲୋକଙ୍କ ନିଆରା ପ୍ରତିବାଦ

61

କନକ ବ୍ୟୁରୋ : ଗାଁରେ ପାଣି ସମସ୍ୟା ଲାଗିରହିଥିବାରୁ ଗାଁରଲୋକଙ୍କ ବିରୋଧ । ବିଧାୟକ ପାର୍ଥୀ ପ୍ରଚାରକୁ ଆସିବା ବେଳେ ଗ୍ରାମର ମହିଳା ମାନେ ବିରୋଧ କରିଛନ୍ତି । ଖାଲି ମାଠିଆ ଓ ହାଣ୍ଡି ଅଶୁଭ କୁହାଯାଉଥିବା ବେଳେ ଗାଁରେ ପାଣି ସମସ୍ୟାକୁ କେହି ଶୂଣୁନାହାନ୍ତି । କର୍ଣପାତ କରୁନଥିବାରୁ ଗାଁର ସବୁ ଘର ଆଗରେ ପୂର୍ଣର୍ କୁମ୍ଭ ବଦଳରେ ଖାଲି ମାଠିଆ, ବାଲତି, ହାଣ୍ଡି ଘର ଆଗରେ ରଖି ବିରୋଧ କରିଥିଲେ ଭଂଜନଗର ବେଲଗୁଂଠା ବ୍ଳକର ଉଢ଼ୁରା ଗ୍ରାମବାସୀ । ସୋରଡ଼ା ନିର୍ବାଚନ ମଣ୍ଡଳୀରେ ଚଳିତ ଥର ବିଜେଡ଼ି ନୂଆଁ ମୂହଁକୁ ଟିକଟ ଦେଇଛି । ବିଧାୟକ ଥିବା ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁଙ୍କ ଟିକଟ କାଟି ତାଙ୍କ ଜାଗାରେ ତାଙ୍କ ସ୍ତ୍ରୀ ସଂଘମିତ୍ରା ସ୍ୱାଇଁଙ୍କ ୁ ଟିକଟ ଦେଇଛି । ହେଲେ ଗାଁ ଗାଁ ବୁଲି ଯେତେବେଳେ ସଂଘମିତ୍ରା ଓ ତାଙ୍କ ସ୍ୱାମି ପୂର୍ବତନ ବିଧାୟକ ପୂର୍ଣ୍ରଚନ୍ଦ୍ର ଭୋଟ ପାଇଁ ପ୍ରଚାର କରୁଛନ୍ତି । ସେତେବେଳେ ବିରୋଧର ସମୁଖିନ ହେବାକୁ ପଡ଼ୁଛି । ଗାଁର ଲୋକ ମାନେ ଏକାଠି ହୋଇ ପ୍ରତିବାଦ କରିଛନ୍ତି । ବହୁବାର ପୂର୍ବରୁ ସମସ୍ୟାର ସମାଧାନ କରିବାକୁ ଦାବି ହୋଇଥିଲେ ବି କୌଣସି ସମସ୍ୟାର ସମାଧାନ ହୋଇପାରିନି । ଯାହାର ଏହିଭଳି ଢଙ୍ଗରେ ପ୍ରତିବାଦ କରିଛନ୍ତି ଗ୍ରାମବାସୀ ।

ଗାଁରେ ବର୍ଷ ବର୍ଷ ଧରି ସମସ୍ୟା ଲାଗି ରହିଛି । ଅନ୍ୟ ସମସ୍ୟା ଭଳି ପିଇବା ପାଣି ସମସ୍ୟା ଉକ୍ରଟ ରୁପ ନେଉଛି । ଏହି ସମସ୍ୟା ନେଇ ବହୁବାର ଅଭିଯୋଗ ପରେ ଅଭିଯୋଗ ହୋଇଚାଲିଛି । ହେଲେ କୌଣସି ସମସ୍ୟାର ସମାଧାନ ହୋଇନି । ଗାଁରେ ପାନୀୟ ଜଳ ସମସ୍ୟା ଠାରୁ ଆରମ୍ଭ କରି ଭତା ୮୦ ବର୍ଷର ଲୋକଙ୍କୁ ମିଳୁନି ଓ ବିଭିନ୍ନ ପ୍ରକାର ଅସୁବିଧାକୁ ନେଇ ଗ୍ରାମବାସୀ ମାନେ ଭୋଟ ବର୍ଜନ କରିବାକୁ ନେତାଙ୍କୁ ଚେତାଉଛନ୍ତି । ଏବେ ପୁଣି ନିର୍ବାଚନ ସମୟରେ ଆରମ୍ଭ ହୋଇଛି ରାଜନୀତି । ମାଳ ମାଳ ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି ଆଶାୟୀ । ଯାହାର ପ୍ରତିବାଦ କରିଛନ୍ତି ଗ୍ରମାବାସୀ

ଗାଁର ସମସ୍ୟା ସମାଧାନ କରିବାକୁ ପ୍ରତିଥର ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେୁତିବା ବେଳେ ଲବେ ଗାଁର ଲୋକେ ଏହାର ପ୍ରତିବାଦ କରିଛନ୍ତି ।