ବିଧାୟକ ପ୍ରାର୍ଥୀରୁ ବରା ଦୋକାନୀ । ଅଭାବ ଭିତରେ ଜୀବନ ସହ ସଂଘର୍ଷ କରୁଛନ୍ତି ବିଧାୟକ ପ୍ରାର୍ଥୀ ମଙ୍ଗୁଳି ନାୟକ

286

କନକ ବ୍ୟୁରୋ : ଦୟନୀୟ ଅବସ୍ଥାରେ ପୂର୍ବତନ ବିଧାୟକ ପ୍ରାର୍ଥୀ । ଜଣେ ରାଜନେତାରୁ ଏବେ ପାଲଟିଛନ୍ତି ବରା ବବ୍ୟସାୟୀ । ରାଜନୀତିଠାରୁ ଏବେ ଅନେକ ଦୂରରେ ରହିଛନ୍ତି । ଆଉ ବରା ଦୋକାନ କରି ଚଳାଉଛନ୍ତି ପରିବାର । ଜଣେ ସଚ୍ଚୋଟ ରାଜନେତା ଭାବେ କାମ କରିଥିବା ବେଳେ ଏବେ କିନ୍ତୁ ଅତି ଦୟନୀୟ ଅବସ୍ଥାରେ ରହିଛନ୍ତି । ଏ ହେଉଛନ୍ତି ପୂର୍ବତନ ବିଧାୟକ ପ୍ରାର୍ଥୀ ମଙ୍ଗୁଳି ନାୟକ । ୧୯୯୫ ମସିହାର ବିଧାୟକ ପ୍ରାର୍ଥୀ ମଙ୍ଗୁଳି ସଚ୍ଚୋଟ ଭାବେ ରାଜନୀତିରେ କାମ କରୁଥିଲେ । ହେଲେ ଏବେ ମୁଣ୍ଡ ଗଂଜିବାକୁ ଘରଟିଏ ନାହିଁ । ଅଭାବ ଭିତରେ ସଂଘର୍ଷ କରୁଥିବା ବେଳେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ପ୍ରଶୟ ଦେଇନାହାନ୍ତି । ଏବେ ବି ସେ ଅଂଚଳରେ ତାଙ୍କ ନାଁ ରହିଛି । ସଚୋଟତା ଯୋଗୁ ରାଜନୀତି ତାଙ୍କୁ ଏହିଭଳି ସ୍ଥାନରେ ପହଂଚାଇଲା । ତାପରେ ପରିବାର ବଂଚାଇବାକୁ ବାଧ୍ୟ ହୋଇ ଏହି ବରା ଦୋକାନ କରି ଗୁଜୁରାଣ ମେଂଟାଉଛନ୍ତି । ତେବେ ମଙ୍ଗୁଳିଙ୍କ ମୁହଁରେ ଗୋଟିଏ କଥା । ସେତେବେଳେ ନିର୍ବାଚନରେ ଆଜିକାଲି ଭଳି ଅର୍ଥ କାର୍ଯର୍୍ୟରେ ଲାଗୁନଥିଲା କିନ୍ତୁ ଲଢେଇ ଜୋରଦାର ହେଉଥିଲା ।

ରାଜନୀତି କ୍ଷେତ୍ରରେ ତାଙ୍କର ଅନେକ ଦବଦବା ରହିଥିଲା । ତାଙ୍କର ବିଜୁ ବାବୁଙ୍କ ସହ ବ୍ୟକ୍ତଗତ ସମ୍ପର୍କ ଥିଲେ ବି ତାଙ୍କୁ ଦଳ ଟିକେଟ ଦେଇନଥିଲା । ତେଣୁ ସେ ସ୍ୱାଧୀନ ଭାବେ ଲଢିଥିଲେ । ତେବେ ୨୦୦୪ରେ ସେ ରାଜନୀତିରୁ ସମ୍ପ୍ରୁ୍ଣ୍ଣ ଓହରି ଯାଇଥିଲେ । ଘରର ପରିସ୍ଥିତି ମଧ୍ୟ ତାଙ୍କୁ ବାଧ୍ୟ କରିଥିଲା ରାଜନୀତି ଛାଡିବାକୁ

ଅନେକ ପରିଶ୍ରମ କରିଥିଲେ ବି ରାଜନୀତିରୁ କୌଣସି ଅର୍ଥ ଉପାର୍ଜନ କରିନାହାନ୍ତି । ଏବେ ବି ଅଭାବ ଭିତରେ ମଙ୍ଗୁଳି ଅହରହ ସଂଘର୍ଷ କରିଚାଲିଛନ୍ତି ।