ଖୋଲୁନି ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସଆଇ ଲୁଗୁନଙ୍କ ମୃତ୍ୟୁ ରହସ୍ୟ । ସୁସ୍ମିତା ମୃତ୍ୟୁ ମାମଲାରେ ବିଡିଓ ଏବଂ ସିଡିପିଓଙ୍କୁ ଜେରା କଲା ପୁଲିସ ।

107

କନକ ବ୍ୟୁରୋ: ରାଉରକେଲା ସହକାରୀ ଜିଲ୍ଲାପାଳ ଓ ଉଦିତନଗର ଥାନା ଏଏସଆଇ ଆଲିସ ଲୁଗୁନଙ୍କ ସନ୍ଦେହଜନକ ମୃତ୍ୟୁ ଏବେ ବି ରହସ୍ୟ ଘେରରେ ଅଛି । ପୁଲିସ ଅନ୍ଧାରରେ ବାଡି ବୁଲାଇଉଛି ଓ ସତ ସାମ୍ନାକୁ ଆସିବାରେ ବିଳମ୍ବ ହେଉଛି । ତେବେ ସ୍ୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣାରେ ତଦନ୍ତକୁ ଜୋରଦାର କରିଛି ତଦନ୍ତକାରୀ ଟିମ୍ । ଗୁରୁଣ୍ଡିଆ ବିଡିଓ ବର୍ଣ୍ଣାଡେକ ଲାକ୍ରା ଓ ସିଡିପିଓ ଫୁଲଝାନସିଆ ଏକ୍କାଙ୍କୁ ପଚରାଉଚରା କରିଛନ୍ତି ତଦନ୍ତକାରୀ ଟିମର ନେତୃତ୍ୱ ନେଉଥିବା ବରିଷ୍ଠ ଡିଏସପି ବନିତା ମାଝି । ରାଉରକେଲା ପୁଲିସ ମୁଖ୍ୟାଳୟରେ ପ୍ରାୟ ଘଣ୍ଟାଏ କାଳ ରୁଦ୍ଧଦ୍ୱାର ଘରେ ଏମାନଙ୍କୁ ପଚରାଉଚରା କରିଛନ୍ତି ତଦନ୍ତକାରୀ ଅଧିକାରୀ । ପରିବାର ଲୋକ ଦେଇଥିବା ଲିଖିତ ଏତଲାରେ ଏହି ଦୁଇ ଅଧିକାରୀଙ୍କ ନାଁ ରହିଛି । ଏହାଛଡା ଏହି ଦୁଇ ଅଧିକାରୀ ସୁସ୍ମିତା ମିଞ୍ଜଙ୍କ ଘରକୁ ଯାଇ ତାଙ୍କ ମାନସିକ ଅବସ୍ଥା ଠିକ ନଥିବା ପରିବାର ଲୋକଙ୍କୁ କହିଥିଲେ ।

  • ବଢିଲା ସିବିଆଇ ତଦନ୍ତ ଦାବି
  • ବିଜେପିର ସୁନ୍ଦରଗଡ ବନ୍ଦ ଡାକରା

ସୁସ୍ମିତା ମିଞ୍ଜ ଓ ଆଲିସ ଲୁଗୁନଙ୍କ ମୃତ୍ୟୁୁର ସିବିଆଇ ତଦନ୍ତ ଦାବି ଜୋରଦାର ହେଉଛି । ଆଦିବାସୀ ସଙ୍ଗଠନ ପରେ ବିଜେପି ଗୁରବାର ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା ଦେଇଛି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେପି । ଦଳ ଅଭିଯୋଗ କରିଛି, ସ୍ମସିତା ଯଦି ମାନସିକ ଚାପରେ ଥିଲେ , ତାହା ହେଲେ ପ୍ରଶାସନ କାହିଁକି ପଦକ୍ଷେପ ନେଲା ନାହିଁ । ଯେଉଁମାନେ ସୁସ୍ମିତା ମିଞ୍ଜ ସହ ଥିଲେ ତାଙ୍କୁ କାହିଁକି ସୁରକ୍ଷା ଦେଇ ରଖିଲେ ନାହିଁ ସରକାର ? ଦୁଇ ଅଧିକାରୀଙ୍କ ମୃତ୍ୟୁ ଘଟଣାରେ ବିଜେପି ପକ୍ଷରୁ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଗଠନ କରାଯାଇଛିା ସୁସ୍ମିତା ମିଞ୍ଜଙ୍କ ଘରକୁ ଯାଇ ଏହି ଟିମ ତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି ।

ଏଠାରେ ବଡ ପ୍ରଶ୍ନ ହେଉଛି…

  • ସୁସ୍ମିତା ଓ ଲୁଗୁନଙ୍କ ମୃତ୍ୟୁର କେବେ ଖୋଲିବ ସତ?
  • ସୁସ୍ମିତାଙ୍କ ମୃତ୍ୟୁ ସହ ଲୁଗୁନଙ୍କ ମୃତ୍ୟୁର କିଛି ସମ୍ପର୍କ ରହିଛି କି?
  • କ’ଣ ପାଇଁ ମାନସିକ ଚାପରେ ଥିଲେ ସୁସ୍ମିତା?
  • ସୁସ୍ମିତାଙ୍କ ମୃତ୍ୟୁ ପରେ ମହିଳା ଏଏସଆଇଙ୍କୁ କାହିଁକି ମିଳିନଥିଲା ସୁରକ୍ଷା?