ଉଦଘାଟନୀ ଉତ୍ସବ ବିନା ଆରମ୍ଭ ହେବ ବିଶ୍ୱକପ । ଆସନ୍ତାକାଲି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ ମ୍ୟାଚ ।
କନକ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଦିନିକିଆ କ୍ରିକେଟ୍ ବିଶ୍ୱକପ୍ । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । ମ୍ୟାଚ୍ ପୂର୍ବରୁ ବିଶ୍ୱକପ୍ ଟ୍ରଫି ସହ ପଡ଼ିଆକୁ ଯାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସଡର ସଚିନ୍ ତେନ୍ଦୁଲକର । ସଚିନ୍ ତେନ୍ଦୁଲକର ରେକର୍ଡ ୬ଟି ବିଶ୍ୱକପ୍ ଖେଳିଛନ୍ତି । ଗତକାଲି ଆଇସିସି ସଚିନ୍ ତେନ୍ଦୁଲକରଙ୍କୁ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରିଛି । ଏଥର ବିନା ୱାର୍ମ ଅପରେ ସିଧାସଳଖ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ପ୍ରଥମେ ଇଂଲଣ୍ଡ ବିପକ୍ଷ ୱାର୍ମ ଅପ୍ ମ୍ୟାଚ୍ ବର୍ଷା ଯୋଗୁ ଧୋଇ ଯାଇଥିଲା । ଏହା ପରେ ନେଦରଲାଣ୍ଡ୍ସ ବିପକ୍ଷ ମ୍ୟାଚ୍ ମଧ୍ୟ ବର୍ଷା ଯୋଗୁ ହୋଇପାରିନାହିଁ । ତିରୁଅନନ୍ତପୁରମ୍ରେ ଥିବା ଭାରତୀୟ ଦଳ ସିଧାସଳଖ ଚେନ୍ନାଇବେ ପହଂଚିବ । ସେଠାରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍ ପାଇଁ ପ୍ରସ୍ତୁତ ହେବ ।

Kanak News is now on WhatsApp
Join and get latest news updates delivered to you via WhatsApp
୨୦୧୧ରେ ଯେତେବେଳେ ଭାରତ, ଶ୍ରୀଲଙ୍କା, ବାଙ୍ଗଲାଦେଶ ମିଶି ଦିନିକିଆ କ୍ରିକେଟ ବିଶ୍ୱକପର ଆୟୋଜନ କରିଥିଲେ, ସେତେବେଳେ ଉଦଘାଟନୀ ଉତ୍ସବ ଧୁମଧାମରେ ପାଳନ ହୋଇଥିଲା । ବାଙ୍ଗଲାଦେଶ ଢାକାରେ ବିଶ୍ୱକପର ଗ୍ରାଣ୍ଡ ଓପିନିଂ ହୋଇଥିଲା । କିନ୍ତୁ ଏଥର ଭାରତ ଏକାକି ବିଶ୍ୱକପର ଆୟୋଜନ କରୁଥିଲେ ମଧ୍ୟ ଉଦଘାଟନୀ ଉତ୍ସବ ପାଳନ ହେବନାହିଁ ବୋଲି ସୂଚନା ମଳିଛି । ଅକ୍ଟେବାର ୫ ତଥା ଗୁରୁବାର ବିଶ୍ୱକପର ପ୍ରଥମ ମ୍ୟାଚରେ ଗତଥର ଫାଇନାଲକୁ ଯାଇଥିବା ଦୁଇ ଟିମ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମ୍ୟାଚ ଖେଳାଯିବ । କିନ୍ତୁ ମ୍ୟାଚ ପୂର୍ବରୁ କୌଣସି ଉଦଘାଟନୀ ଉତ୍ସବ ଅବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବ ନାହିଁ । ଆଇପିଏଲରେ ଉଦଘାଟନୀ ଉତ୍ସବରେ କୋଟି କୋଟି ଟଙ୍କା ବିସିସିଆଇ ବ୍ୟୟ କରୁଥିବା ବେଳେ ବିଶ୍ୱକପରେ କାହିଁକି ଉଦଘାଟନୀ ଉତ୍ସବ ପାଳିବ ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି ।
ଉଦଘାଟନୀ ଉତ୍ସବ ପାଳନ ହେଉନଥିବା ବେଳେ ଆନୁଷ୍ଠାନିକ ଭାବେ ସଚିନ ତେନ୍ଦୁଲକର ବିଶ୍ୱକପ ଟ୍ରଫିର ଉଦଘାଟନ କରିବେ । ମ୍ୟାଚ୍ ପୂର୍ବରୁ ବିଶ୍ୱକପ୍ ଟ୍ରଫି ସହ ପଡ଼ିଆକୁ ଯାଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ ଆଇସିସିର ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ ହୋଇଥିବା ସଚିନ୍ ତେନ୍ଦୁଲକର ।
ତେବେ ସବୁଠୁ ବଡ଼ କଥା ହେଉଛି ଆୟୋଜକ ଭାରତକୁ ଏହି ବିଶ୍ୱକପରୁ ୧୩ ହଜାର କୋଟିରୁ ଅଧିକ ଫାଇଦା ମିଳିବ । ବିଶ୍ୱକପ ଯୋଗୁ ଭାରତକୁ ବିଦେଶୀ ଲୋକ ଆସିବେ, ଭାରତର ବେପାର ବଢିବ, ଟିକେଟ ବିକ୍ରି, ବିଜ୍ଞାପନ ଆଦି ସବୁ କ୍ଷେତ୍ରରୁ ଭାରତକୁ ୧୩ ହଜାର ୩୧୮ କୋଟି ଟଙ୍କାର ଫାଇବା ମିଳିବ ବୋଲି ଇକୋନୋମିକ୍ସ ଟାଇମ୍ସ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି ।
ସେପଟ ପ୍ରଥମ ମ୍ୟାଚ ପାଇଁ ଦୁଇ ଦେଶ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ଟିମ ଅହମ୍ମଦାବାଦରେ ପହଂଚିସାରିଛି । ନ୍ୟୁଜିଲ୍ୟାଣ୍ଡ ତୁଳନାରେ ଇଂଲଣ୍ଡର ପଲା ଭାରି ରହିଥିଲେ ବି ଉଦଘାଟନୀ ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।