ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପତ୍ତି କେତେ ? ପିଏମଓର ଅଫିସିଆଲ ୱେବସାଇଟରେ ଅପଲୋଡ ହେଲା ତଥ୍ୟ

232

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପତ୍ତି କେତେ ? ସମସ୍ତଙ୍କ ମନରେ ଏ ପ୍ରଶ୍ନ ନିହାତି ଆସୁଥିବ । ତଥ୍ୟ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କର ମୋଟ ସମ୍ପତ୍ତି ୨ କୋଟି ୨୩ ଲକ୍ଷ ଟଙ୍କା ରହିଛି । ତେବେ ତାଙ୍କ ପାଖରେ କୌଣସି ଅସ୍ଥାବର ସମ୍ପତ୍ତି ନାହିଁ, କାରଣ ଗାନ୍ଧିନଗରରେ ଥିବା ନିଜ ଭାଗର ଅଂଶକୁ ସେ ଦାନ କରିଦେଇଛନ୍ତି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ବା ପିଏମଓର ୱେବସାଇଟରେ ଜାରି ହୋଇଥିବା ସଦ୍ୟ ରିପୋର୍ଟ ଅନୁସାରେ, ଶେଆର କିମ୍ବା ମୁଚୁଆଲ୍ ଫଣ୍ଡରେ ତାଙ୍କର କୌଣସି ନିବେଶ ନାହିଁ ।

କିନ୍ତୁ ତାଙ୍କ ପାଖରେ ୪ଟି ସୁନା ମୁଦି, ଯାହା ମୂଲ୍ୟ ୧ଲକ୍ଷ ୭୩ହଜାର ଟଙ୍କା ହେବ । ବର୍ଷକରେ ମୋଦୀଙ୍କର ସମ୍ପତ୍ତି ୨୬ଲକ୍ଷ ୧୩ ଲକ୍ଷ ଟଙ୍କା ବଢ଼ିଛି । ପିଏମଓ ରିପୋର୍ଟ ଅନୁସାରେ, ମାର୍ଚ୍ଚ ୩୧, ୨୦୨୨ ସୁଦ୍ଧା ମୋଦୀଙ୍କ ପାଖରେ ମୋଟ ୨କୋଟି ୨୩ଲକ୍ଷ ୮୨ହଜାର ୫୦୪ ଟଙ୍କାର ସମ୍ପତ୍ତି ରହିଛି । ମୋଦୀଙ୍କ ପାଖରେ ନଗଦ ୩୫ହଜାର ୨୫୦ ଟଙ୍କା ଅଛି । ଡାକଘରେ ଜାତୀୟ ସଂଚୟ ପ୍ରମାଣପତ୍ର ଆକାରରେ ୯ଲକ୍ଷ ୫ହଜାର ୧୦୫ ଟଙ୍କା ସହିତ ୧ଲକ୍ଷ ୮୯ ହଜାର ୩୦୫ ଟଙ୍କା ମୂଲ୍ୟର ଜୀବନ ବୀମା ପଲିସି ରହିଛି । ଏପରିକି ତାଙ୍କର ଗାଡ଼ି ବି ନାହିଁ ବୋଲି ପିଏମଓ ୱେବସାଇଟରେ ଅପଲୋଡ ହୋଇଥିବା ତଥ୍ୟରୁ ଜଣାପଡ଼ିଛି ।