ବିଜେଡିରୁ ଇସ୍ତଫା ଦେଲେ ସନ୍ତୋଷ ଖଟୁଆ । ନୀଳଗିରି ଆସନରୁ ପ୍ରାର୍ଥୀ ହେବାକୁ ଥିଲେ ଆଶାୟୀ ।

1,114

କନକ ବ୍ୟୁରୋ : ବିଜେଡିରୁ ଇସ୍ତଫା ଦେଲେ ସନ୍ତୋଷ ଖଟୁଆ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସନ୍ତୋଷ । ଇସ୍ତଫାପତ୍ରରେ ସନ୍ତୋଷ ଲେଖିଛନ୍ତି, ଗତ ମାସେ ହେବ ଦଳର କିଛି ନେତା ମୋ ବିରୋଧରେ ଭୁଲ ତଥ୍ୟ ଉପସ୍ଥାପନ କରିଥିଲେ । ଏହାସତ୍ତେ୍ୱ ମଧ୍ୟ ଦଳ ପାଇଁ କାମ ଦୃଢତାର ସହିତ କାମ କରି ଆସୁଥିଲି । କିନ୍ତୁ ଏବେ ଏହା ଅସହ୍ୟ ହେବାରୁ ଦଳ ଛାଡିଥିବା କହିଛନ୍ତି ସନ୍ତୋଷ ।

ଚଳିତ ନିର୍ବାଚନରେ ସନ୍ତୋଷ ନୀଳଗିରିରେ ବିଜେଡି ଟିକେଟ ଆଶାୟୀ ଥିଲେ । କିନ୍ତୁ ଦଳ ଏଠାରେ ବିଜେପିରୁ ଆସି ବିଜେଡିରେ ସାମିଲ ହୋଇଥିବା ସୁକାନ୍ତ ନାୟକଙ୍କୁ ଟିକେଟ ଦେଇଥିଲା । ସୁକାନ୍ତ ବିଜେଡିରେ ମିଶିବା ପରଠାରୁ ସନ୍ତୋଷ ଦଳର ବିଭିନ୍ନ ଫୋରମରେ ବିରୋଧ କରି ଆସୁଥିଲେ । ଏପରିକି ସୁକାନ୍ତଙ୍କ ମିଶ୍ରଣଙ୍କୁ ନେଇ ସନ୍ତୋଷ ଅସନ୍ତୁଷ୍ଟ ଥିଲେ । କିନ୍ତୁ ଆଜି ଟିକେଟ ଘୋଷଣା ପରେ ସନ୍ତୋଷ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଗତ ୨୦୧୯ରେ ବିଜେଡି ଟିକେଟରେ ନୀଳଗିରି ଆସନରୁ ସନ୍ତୋଷ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ । ଅନ୍ୟପଟେ ଏହି ଆସନରେ ସୁକାନ୍ତ ନାୟକ ବିଜୟୀ ହୋଇଥିଲେ ।