ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଜି ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ଟିକାକରଣକୁ ନେଇ ହେବ ଆଲୋଚନା

ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଟିକାକରଣ ଉପରେ ସରକାରଙ୍କ ନଜର

134

କନକ ବ୍ୟୁରୋ : ସାଧାରଣ ଜୀବନ ସ୍ୱାଭାବିକ ହେଉଥିବାବେଳେ ପୁଣି ଫେରିଛି କରୋନା ମହାମାରୀ ଭୟ । ଅବସ୍ଥା ନିୟନ୍ତ୍ରଣ ବାହାରକୁ ଯାଉଛି । ଏହାକୁ ଦେଖି କିଛି ରାଜ୍ୟରେ ଲକଡାଉନ, ସଟଡାଉନ ଓ ରାତ୍ରୀକାଳୀନ କର୍ଫ୍ୟୁ ମଧ୍ୟ ଆରମ୍ଭ ହୋଇଛି । ରାଜ୍ୟ  ଓ ଜିଲ୍ଲା ପ୍ରଶାସନ କଡ଼ା ନିୟମ ଲାଗୁ କରି ଦେଇଥିବା ବେଳେ ଟିକାକରଣକୁ ତୀବ୍ର କରିବାକୁ ମଧ୍ୟ ପ୍ରକିୟା ଜୋର ଧରିଛି । ଅନ୍ୟପଟେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ । ବୈଠକରେ କରୋନା ସ୍ଥିତି ନେଇ ଚର୍ଚ୍ଚା କରାଯିବ । ବୈଠକରେ ଟିକାକରଣକୁ ନେଇ ମଧ୍ୟ ମୁଖ୍ୟତଃ ଚର୍ଚ୍ଚା କରାଯିବ । ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଚାହୁଁଛନ୍ତି ସରକାର ।