ଜି-୨୦ ବୈଠକରେ ଯୋଗ ଦେବା ଲାଗି ଜାପାନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଜାପାନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

83

କନକ ବ୍ୟୁରୋ : ଜାପାନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜି-୨୦ ସମ୍ମିଳନୀରେ ଯୋଗ ଦେବା ଲାଗି ଜାପାନ ଯିବାରଲ କାର୍ଯ୍ୟସୂଚୀ ସ୍ତିର ହୋଇଥିବା ନେଇ ସୂଚନା ରହିଛି । ଚଳିତ ମାସ ୨୭ରୁ ୨୯ ପର୍ଯ୍ୟନ୍ତ ଜାପାନର ଓସାକାଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ । ଏ ସଂପର୍କରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଓସାକାର ଇଣ୍ଟରନାସନାଲ ଏକଜିବିସନ ସେଣ୍ଟରଠାରେ ଏହା ଅନୁଷ୍ଠିତ ହେବ । ମୋଦି ଏହି ସମ୍ମିଳନୀ ଅବସରରେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ।

 

ସେ ମଧ୍ୟ ଅନ୍ୟ ବିଶ୍ୱନେତାଙ୍କ ସହ ଆଲୋଚନା କରିବେ । ରାଷ୍ଟ୍ରମୁଖ୍ୟଭାବେ ଏହା ହେବ ମୋଦିଙ୍କର ୬ଷ୍ଠ ଜି-୨୦ ସମ୍ମିଳନୀ । ଜି-୨୦ ସଦସ୍ୟଭୁକ୍ତ ରାଷ୍ଟ୍ରମାନେ ବିଶ୍ୱର ମୋଟ ଜିଡିପିର ୯୦ ପ୍ରତିଶତ ଅଧିକାର କରିଥାନ୍ତି ।

source : google

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ ଏହି ବୈଠକରେ ଭାରତର ସେର୍ପା ହେବେ । ଜି-୨୦ ବୈଠକରେ ସେର୍ପାର ଅର୍ଥ ହେଉଛି ଗୋଟିଏ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସ୍ୱତନ୍ତ୍ର ପ୍ରତିନିଧି, ଯିଏ କି ରାଷ୍ଟ୍ରମୁଖ୍ୟଙ୍କ ଗସ୍ତ ପୂର୍ବରୁ ସବୁପ୍ରକାରର ପ୍ରସ୍ତୁତି କରନ୍ତି ।