ପାକିସ୍ତାନ କ୍ରିକେଟ୍ ଅଧିନାୟକଙ୍କୁ ମଲ୍ ଭିତରେ ଅପଶବ୍ଦ କହି ବେଇଜ୍ଜତ କଲେ ପ୍ରଶଂସକ ! ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ,ଦେଖନ୍ତୁ ଭିଡିଓ

728

ଭାରତ ବିପକ୍ଷରେ ଆଇସିସି କ୍ରିକେଟ୍ ବିଶ୍ୱକପର ଶୋଚନୀୟ ପରାଜୟ ପରଠାରୁ ହିଁ ପ୍ରଶଂସକଙ୍କୁ ପାକ୍ କ୍ୟାପଟେନ୍ ସରଫରାଜ୍ ଅହମ୍ମଦଙ୍କ କ୍ରୋଧକୁ ସାମ୍ନା କରିବାକୁ ପଡୁଛି । ପ୍ରଶଂସକଙ୍କ କ୍ରୋଧ ସବୁ ପାକ୍ ଖେଳାଳୀଙ୍କୁ ଭୋଗିବାକୁ ପଡୁଛି ଏବଂ ପୁର୍ବରୁ ବେଇଜ୍ଜତ ହୋଇସାରିଥିବା ପାକ୍ ଅଧିନାୟକଙ୍କୁ ପୁନଶ୍ଚ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡିଛି । ପରିବାର ସହ ମଲ୍ ରେ ବୁଲିବା ସମୟରେ ସରଫରାଜ୍ ଙ୍କୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡିଛି । ଇଂଲଣ୍ଡରେ ପରିବାର ସହ ବୁଲୁଥିବା ସମୟରେ ସରଫରାଜ୍ ଙ୍କୁ ଜଣେ ପ୍ରଶଂସକ ବେଇଜ୍ଜତ କରିବା ସହ ଅପଶବ୍ଦ କହିଥିଲେ । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।

ଏହି ଭିଡିଓରେ ଫ୍ୟାନ୍ କହୁଛନ୍ତି , ଭାଇ ଭାଇ ଆପଣ ଘୁଷୁରୀଙ୍କ ଭଳି ଏତେ ମୋଟା କାହିଁକି ? ଆପଣ ଘୁଷୁରୀ ଭଳି ମୋଟା କମ୍ ଖାଆନ୍ତୁ । ଆପଣ ପାକିସ୍ତାନକୁ ଗର୍ବାନ୍ୱିତ କରିଛନ୍ତି ।” ତେବେ ସରଫରାଜ୍ ଏନେଇ ପାଟି ନ ଖୋଲି ଚୁପଚାପ୍ ସେଠାରୁ ଚାଲିଯାଇଥିଲେ । ତେବେ ଏହା ପ୍ରଥମ ଘଟଣା ନୁହଁ ଯେଉଁଠି ପାକ୍ କ୍ୟାପଟେନ୍ ଙ୍କୁ ବେଇଜ୍ଜତର ସାମ୍ନା କରିବାକୁ ପଡିଛି । ଏହା ପୂର୍ବରୁ ମଧ୍ୟ ମଝି ପଡିଆରେ କ୍ୟାପଟେନ୍ ଙ୍କୁ ପ୍ର୍ରଶଂସକ ମୋଟା କହି ସମ୍ବୋଧନ କରିଥିଲେ ।