ଦେଶବାସୀଙ୍କୁ ପୁଣି ମାସ୍କ ପିନ୍ଧିବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ । କହିଲେ, ସୁରକ୍ଷିତ ରହିଲେ ସବୁ ଉତ୍ସବର ମଜା ନେଇପାରିବେ ।

200

କନକ ବ୍ୟୁରୋ: ବିଶ୍ୱରେ କରୋନା ସଂକ୍ରମଣ ବଢୁଥିବା ବେଳେ ଦେଶବାସୀଙ୍କୁ ମାସ୍କ ପିନ୍ଧିବାକୁ ଅପ୍ରିଲ କଲେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମର ୯୬ ତମ ସଂସ୍କରଣକୁ ସମ୍ଭୋଧନ କରିବା ବେଳେ କରୋନା ନେଇ ସର୍ତକତା କରାଇଛନ୍ତି ମୋଦୀ ।

ଚଳିତବର୍ଷର ଏହା ମୋଦୀଙ୍କ ଶେଷ ‘ମନ କି ବାତ’ କାର୍ଯ୍ୟକ୍ରମ । ଏଥିପାଇଁ ୨୦୨୨ର ସଫଳତା ବଖାଣିଛନ୍ତି ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମରେ ସେ କହିଛନ୍ତି, ଚଳିତବର୍ଷ ଏକ ସ୍ୱତନ୍ତ୍ର ବର୍ଷ । ଭାରତ ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତିି ଅବସରରେ ‘ଆଜାଦୀ କା ଅମୃ୍ତ ମହୋତ୍ସବ’ ପାଳିଛି । ହର ଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ ଜରିଆରେ ପୂରା ଦେଶ ଏକଜୁଟ ହୋଇଛି । ମନ କି ବାତ୍ କାର୍ଯ୍ୟକ୍ରମରେ ମୋଦୀ କହିଛନ୍ତି ଶିକ୍ଷା, ବିଦେଶ ନୀତି ଓ ଇନ୍ଫାଷ୍ଟ୍ରକ୍ଚର ସବୁ ଦିଗରେ ଭାରତ ନୂଆ ଦିଗରେ ପହଂଚିଛି । ଆର୍ଥିକ କ୍ଷେତ୍ରରେ ଦେଶ ପ୍ରଗତି କରୁଛି । ଚଳିତବର୍ଷ ଭାରତ ଜି-୨୦ ସମୁହର ଅଧକ୍ଷତା କରିବା ନେଇ ସୁଯୋଗ ପାଇଛି । ଅର୍ଥନୈତିକ ଦିଗରେ ଭାରତ ବିଶ୍ୱର ପଞ୍ଚମ ସ୍ଥାନରେ ପହଞ୍ଚିଛି । ଏହି ସହ ଖ୍ରୀଷ୍ଟମାସ ଅବସରରେ ପ୍ରଭୁ ଯୀଶୁଙ୍କୁ ମନେପକାଇବା ସହ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାର ବାଜପେୟୀଙ୍କ ୯୮ତମ ଜନ୍ମ ଜୟନ୍ତୀକୁ ମନେ ପକାଇ ସେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।