ବିଶ୍ୱରେ କରୋନା ସଂକ୍ରମଣ ଉପରମୁହାଁ । ବିଏଫ୍.୭ କବଜାରେ ୯୧ ଦେଶ , ଦୈନିକ ସଂକ୍ରମଣ ୧ଲକ୍ଷ ୭୩ ହଜାରୁ ଅଧିକ

149

କନକ ବ୍ୟୁରୋ: ବିଶ୍ୱରେ କରୋନା ଉପରମୁହାଁ । ବିଏଫ-୭ ଭାରିଆଣ୍ଟ କବଜାରେ ୯୧ ଦେଶ । ଚୀନ, ଜାପାନ, ଦକ୍ଷିଣ କୋରିଆରେ ଉପରମୁହାଁ କରୋନା । ଜାପାନରେ ଦୈନିକ ସଂକ୍ରମିତ ସଂଖ୍ୟା ଛୁଇଁଲା ୧ ଲକ୍ଷ ୭୩ ହଜାର । ଦ.କୋରିଆରେ ଦୈନିକ । । ସଂକ୍ରମିତ ସଂଖ୍ୟା ଛୁଇଁଲା ୫୮ ହଜାର । ଫ୍ରାନ୍ସରେ ଦୈନିକ ସଂକ୍ରମିତ ସଂଖ୍ୟା ଛୁଇଁଲା ୪୩ ହଜାର ୭୬୬ । ହଂକଂରେ ଦୈନିକ ସଂକ୍ରମିତ ସଂଖ୍ୟା ଛୁଇଁଲା ୨୧ ହଜାର ୩୬୨
ତାଇୱାନରେ ଦୈନିକ ସଂକ୍ରମିତ ସଂଖ୍ୟା ୧୮ ହଜାର ୬୬ ଛୁଇଁଥିବା ଜଣାପଡିଛି ।

ମାତ୍ର ୨୦ ଦିନରେ ହିଁ ପୂରା ଚୀନ୍ରେ ୨୫ କୋଟି ଲୋକ ସଂକ୍ରମିତ ହୋଇଛନ୍ତି । ବେଜିଂ, ସାଂଘାଇ ପରି ପ୍ରମୁଖ ସହର ଗୁଡ଼ିକରେ ଦୈନିକ ସଂକ୍ରମଣ ୫ ଲକ୍ଷ ଉପରେ ରହୁଛି ବୋଲି ଚୀନ୍ ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଲୋକେ ଆବଶ୍ୟକୀୟ ମେଡିକାଲ ସୁବିଧା ପାଇପାରୁନାହାଁନ୍ତି । ରାସ୍ତା କଡ଼ରେ ବସିବା ପାଇଁ ଷ୍ଟୁଲ ଉପରେ ରୋଗୀମାନେ ବସୁଛନ୍ତି । ସେଠାରେ ରୋଗୀଙ୍କୁ ସାଲାଇନ୍ ଦିଆଯାଉଛି । ପୁରା ଖୋଲା ଆକାଶ ତଳେ ରୋଗୀ ରହୁଛନ୍ତି । ଖାଲି ରାସ୍ତାକଡ଼ ନୁହେଁ ବଜାର ମଝିରେ ଖୋଲା ସ୍ଥାନରେ ମଧ୍ୟରେ ଚିକିତ୍ସା କରାଯାଉଛି । କାରଣ ଚୀନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏତେ ବଢ଼ିଯାଇଛି ଯେ, ସେମାନଙ୍କୁ ହସ୍ପିଟାଲରେ ରଖିବାକୁ ଜାଗା ନାହିଁ । ଚଳିତ ସପ୍ତାହରେ ଚୀନରେ ୩ କୋଟି ୭୦ ଲକ୍ଷ ଲୋକେ କରୋନାରେ ସଂକ୍ରମିତ ହୋଇଥିବା ନେଇ ଆନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ବିଦେଶୀ ସଂସ୍ଥାର ଆକଳନକୁ ଚୀନ୍ ପ୍ରତ୍ୟାଖ୍ୟାନ କରିବା ସହ ନିଜ ଅଧିକାରୀଙ୍କ ବୟାନ ଉପରେ ଅଙ୍କୁଶ ଲଗାଇଛି । ସରକାରଙ୍କ ବିନା ଅନୁମତିରେ କୋଭିଡ୍ ସଂକ୍ରମଣ ଓ ମୃତ୍ୟୁ ବାବଦରେ କୌଣସି ବୟାନ ଜାରି ହୋଇପାରିବ ନାହିଁ ବୋଲି ତାଗିଦ୍ କରାଯାଇଛି ।