ଗତ କାଲି ଉଭୟ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇବା ପରେ ଆଜି ଅର୍ଥାତ ଜୁଲାଇ ୧୬ ତାରିଖରେ ତାହା ଅପରିବର୍ତ୍ତିତ ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଇଣ୍ଡିଆଲ ଅଏଲ ପକ୍ଷରୁ ଜାରି ଦର ତାଲିକା ଅନୁସାରେ ଦିଲ୍ଲୀରେ ଏବେ ପେଟ୍ରୋଲ ଲିଟର ପିଛା ଟ. ୧୦୧.୫୪ ଓ ଡିଜେଲ ଲିଟର ପିଛା ୮୯.୮୭ରେ ବିକ୍ରି ହେଉଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଟ.୧୦୭.୫୪ ଓ ଡିଜେଲ ଲିଟର ପିଛା ୯୭.୪୫ରେ ବିକ୍ରି ହେଉଛି । ଦେଶର ୪ଟି ମହାନଗର ମଧ୍ୟରୁ ମୁମ୍ବାଇରେ ପେଟ୍ରୋଲ ଦର ସର୍ବାଧିକ ରହିଛି ।
ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ଟ.୧୦୨.୩୬ ରେ ଓ ଡିଜେଲରେ ୯୭.୯୫ ବିକ୍ରିହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି । ଓଡ଼ିଶାର ମାଲକାନଗିରିରେ ପେଟ୍ରୋଲ ଟ. ୧୦୭.୪୩ ଓ ଡିଜେଲ ଟ ୧୦୨.୮୬ ରେ ବିକ୍ରି ହେଉଛି । ସେହିପରି ସମ୍ବଲପୁରରେ ପେଟ୍ରୋଲ ଟ. ୧୦୨.୯୬ ଡିଜେଲ ଟ.୯୮.୫୫ ବିକ୍ରି ହେଉଛି । ବାଲେଶ୍ବରରେ ୧୦୨.୩୫ ଓ ଡିଜେଲ ଟ.୯୭.୯୬ରେ ବିକ୍ରି ହେଉଛି ।