ବଢ଼ିଲା ୟୁଟ୍ୟୁବର ଏଲଭିସ ଯାଦବଙ୍କ ଅଡୁଆ । ସାପ ବିଷ ପରେ ମନିଲଡ୍ରିଂ ନେଇ ଅଭିଯୋଗ, ଖୁବଶୀଘ୍ର ସମନ ପଠାଇ ଜେରା ପାଇଁ ଡକାଇବ ଇଡି

49

କନକ ବ୍ୟୁରୋ : ବିଗବସ୍ ଓଟିଟି-୨ ବିଜେତା ତଥା ଫେମସ୍ ୟୁଟ୍ୟୁବର ଏଲଭିସ୍ ଯାଦବଙ୍କ ପିଛା ଛାଡୁନି ଅଡୁଆ । ସାପ ବିଷ ମାମଲା ଟିକେ ଥମିଥିବା ବେଳେ ଏବେ ଅର୍ଥ ହେରଫେର ନେଇ ଇଡି ଅଭିଯୋଗ ରୁଜୁ କରିଛି । ଏହି ମାମଲାରେ ଖୁବଶୀଘ୍ର ଇଡି ଏଲଭିସଙ୍କୁ ଜେରା କରିବ । ଏହାସହ ଦାମୀ କାର ଓ ଅର୍ଥ ହେରଫେର ନେଇ ଯାଂଚ ଆରମ୍ଭ କରିବ ।

ସୂଚନା ମୁତାବକ ଏଲିଭିସ୍ ଯାଦବ ଓ ଅନ୍ୟମାନଙ୍କ ନାମରେ ନଭେମ୍ବର ମାସରେ ହୋଇଥିବା ସାପ ବିଷ ମାମଲାର ଅଭିଯୋଗ ଆଧାରରେ ଇଡି ଜେରା କରିବ । ଜେରା ପାଇଁ ଇଡି ଏଲଭିସଙ୍କୁ ଲକ୍ଷ୍ନୌ କାର୍ଯ୍ୟାଳୟକୁ ଡାକିପାରେ । ସୂଚନା ମୁତାବକ ଏନେଇ ଇଡି ପିଏମଏଲଏ ଧାରାରେ ଯାଂଚ ଆରମ୍ଭ କରିଦେଇଛି । ଏହାସହ ଖୁବଶୀଘ୍ର ଏଲଭିସଙ୍କୁ ଜେରା ପାଇଁ ନୋଟିସ କରିପାରେ ଇଡି ।

କେବଳ ଏଲଭିସ ଯାଦବ ନୁହଁନ୍ତି ସାପ ବିଷ ମାମଲାରେ ଅଭିଯୁକ୍ତ ଥିବା ସମସ୍ତଙ୍କୁ ଅର୍ଥ ହେରଫେର ମାମଲାରେ ଇଡି ଜେରା କରିବାକୁ ନୋଟିସ କରିବ । ସୂଚନା ଥାଉ କି ଗତବର୍ଷ ନଭେମ୍ବର ମାସରେ ଏଲଭିସ୍ ଯାଦବ ସମେତ ଅନ୍ୟ ୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ମାର୍ଚ୍ଚ ୧୭ ତାରିଖରେ ଗିରଫ କରାଯାଇଥିଲା । ଏହାପରେ ସେମାନଙ୍କୁ ୧୪ ଦିନିଆ ହେପାଜତକୁ ନିଆଯାଇଥିଲା । ଏଲଭିସ ଯାଦବ ଏବେ ଜାମିନରେ ଅଛନ୍ତି ।