୨୪ ଘଣ୍ଟାରେ ଦେଶରୁ ୩୮,୯୪୯ ନୂଆ ପଜିଟିଭ୍ ଚିହ୍ନଟ । ଆଖି ବୁଜିଲେ ଆଉ ୫୪୨ ଜଣ ସଂକ୍ରମିତ । ଦେଶରେ ମୋଟ କରୋନା ମୃତ୍ୟୁସଂଖ୍ୟା ୪,୧୨,୫୩୧କୁ ବୃଦ୍ଧି ।

111

କନକ ବ୍ୟୁରୋ : ଗତ ୨୪ ଘଣ୍ଟାରେ ଦେଶରେ ପ୍ରାୟ ୩୯ ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଦେଶର ଦୈନିକ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ୫୪୯କୁ ହ୍ରାସ ପାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮,୯୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୪୨ ଜଣ ମୃତ୍ୟୁବରଣ କରିଛନ୍ତି । ତେବେ ଏହି ୨୪ ଘଣ୍ଟାରେ ଦେଶରେ ପ୍ରାୟ ୪୦,୦୨୬ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୧୦ ଲକ୍ଷକୁ ବୃଦ୍ଧି ପାଇଛି ।

ସେହିପରି ଦେଶରେ ମୋଟ କରୋନା ମୃତ୍ୟୁସଂଖ୍ୟା ୪,୧୨,୫୩୧ ଓ ମୋଟ ଆରୋଗ୍ୟ ସଂଖ୍ୟା ୩,୦୧,୮୩,୮୭୬ ରେ ପହଞ୍ଚିଛି । ତେବେ ଏବେ ବି ଦେଶରେ ୪,୩୦,୪୨୨ ସକ୍ରିୟ ଆକ୍ରାନ୍ତ ଅଛନ୍ତି ଯାହାକି ମୋଟ ଆକ୍ରାନ୍ତ ସଂଖ୍ୟାର ୧.୩୯ ପ୍ରତିଶତ । ସେହିପରି ଦେଶର ସାପ୍ତାହିକ ପଜିଟିଭିଟି ହାର ଏବେ ୨.୧୪ ପ୍ରତିଶତ ରହିଛି । ସେହିପରି ଆରୋଗ୍ୟ ହାର ୯୭.୨୮ ପ୍ରତିଶତକୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଗତ କାଲି ଦେଶରେ ମୋଟ ୩୮ ଲକ୍ଷ ୭୮ ହଜାର ଲୋକଙ୍କୁ ଟିକା ଦିଆଯାଇଛି । ଏହାକୁ ମିଶାଇ ଦେଶରେ ଏବେ ୩୯,୫୩,୪୩,୭୬୭ ଜଣଙ୍କୁ ଟିକା ଦିଆଯାଇଛି ।