ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ । ଜିଲ୍ଲାପାଳଙ୍କୁ ଭୋଟବାକ୍ସର ତାଲିକା ମାଗିଲେ ନିର୍ବାଚନ କମିଶନ, ୨୬ ଜୁଲାଇ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ

256

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ ଆରମ୍ଭ ହୋଇଛି । ଜିଲ୍ଲାପାଳଙ୍କୁ ଭୋଟବାକ୍ସର ତାଲିକା ମାଗିଲେ ନିର୍ବାଚନ କମିଶନ । ୨୬ ଜୁଲାଇ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ତ୍ରିସ୍ତରୀୟ ପଂଚାୟତିରାଜ ନିର୍ବାଚନକୁ ନିର୍ଦ୍ଧାରିତ ସମୟରେ କରିବାକୁ ସରକାର ନିଷ୍ପତ୍ତି ନିଅନ୍ତି ତେବେ ୨୦୨୨ ଆରମ୍ଭରୁ ନିର୍ବାଚନ ବାତାବରଣ ଜୋର ଧରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁସାରେ, ସୀମା ପୁନଃ ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ଭିତିରିଆ ମାନସମନ୍ଥନ ଚାଲିଛି । ଏପରିକି ରାଜ୍ୟ ନିର୍ବାଚନ କମିଶନଙ୍କୁ ଏନେଇ ଅବଗତ କରାଇଛି ବିଭାଗ ।

Comments are closed.