ଖଲିସ୍ଥାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ ୩ ଭାରତୀୟ ଗିରଫ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଲିଙ୍କ ଥିବା ଅଭିଯୋଗ ଆଣିଲା କାନାଡା ପୋଲିସ

242

କନକ ବ୍ୟୁରୋ : ୩ଜଣ ଅପରାଧୀଙ୍କୁ ବାନ୍ଧିଛି କାନାଡା ପୋଲିସ । ତେବେ କଥା କେବଳ ଗିରଫର ନୁହେଁ କଥା ହେଉଛି ବଡ଼ ଅଭିଯୋଗର । ଖଲିସ୍ଥାନୀ ଆତଙ୍କୀ ହରଦୀପ ସିଂ ନିଜ୍ଜର ହତ୍ୟା ମାମଲାରେ ଗିରଫ ଏହି ୩ଜଣ ଅପରାଧୀଙ୍କର ହାତ ରହିଥିବା ଦାବି କରିଛି କ।।ନାଡା । ସବୁଠୁ ବଡ଼ କଥା ହେଉଛି ଏହି ଅଭିଯୁକ୍ତମାନେ ଲରେନ୍ସ ବିଶ୍ନୋୟୀ ଗ୍ୟାଙ୍ଗର ଓ ଅସ୍ଥାୟୀ ଭିଜା ନେଇ କାନାଡ଼ାରେ ପହଁଚିବାପରେ ନିଜ୍ଜରକୁ ହତ୍ୟା କରିବାକୁ ଯୋଜନା କରିଥିଲେ । ଗିରଫ ୩ ଅଭିଯୁକ୍ତ କରନ ବରାର, କମଲପ୍ରୀତ ସିଂ ଏବଂ କରନପ୍ରୀତ ସିଂ । ତେବେ କାନାଡା ପୁଲିସ କହିଛି ଭାରତୀୟ ସୁରକ୍ଷା ଏଜେନ୍ସି ଏବଂ ଭାରତ ସରକାରଙ୍କ ସହ ଗିରଫ ଅଭିଯୁକ୍ତ ମାନଙ୍କ ସହ ଲିଙ୍କ୍ ରହିଛି କି ନାହିଁ ଏହା ଉପରେ ତଦନ୍ତ ଚାଲିଛି ବୋଲି କହିଛି କାନାଡା ପୋଲିସ୍ । ହତ୍ୟା ଘଟଣା ପରେ ଭାରତକୁ ଏନେଇ ଦାୟୀ କରି ଆସୁଥିବା କାନାଡା ପୁଲିସ ଏମାନଙ୍କ ଉପରେ କଡ଼ା ନଜର ରଖିଥିଲା । ପରେ ସ୍ୱତନ୍ତ୍ର ଅପରେସନ ସମୟରେ ଏହି ଅଭିଯୁକ୍ତ ମାନେ ଗିରଫ କରିଛି ।

୨୦୨୦ ମସିହାରେ ଖଲିସ୍ଥାନୀ ସମର୍ଥକ ହରଦୀପ ସିଂ ନିଜ୍ଜରକୁ ଆତଙ୍କୀ ଘୋଷଣା କରିଥିଲା ଭାରତ । ୨୦୨୩ ଜୁନ ୧୮ ତାରିଖରେ କାନାଡାର ଏକ ଗୁରୁଦ୍ୱାର ପରିସରରେ ଖଲିସ୍ଥାନୀ ଆତଙ୍କୀ ନିଜ୍ଜରକୁ ଗୁଳି କରି ହତ୍ୟା କରାଯାଇଥିଲା । ସେବେଠାରୁ ଏହି ଘଟଣାରେ ଭାରତୀୟ ଏଜେନ୍ସି ମାନଙ୍କର ସମ୍ପର୍କ ଥିବା ନେଇ ଅଭିଯୋଗ କରିଆସୁଛନ୍ତି କାନାଡର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଭାରତ ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ ଭିତିହୀନ ବୋଲି କହି ଆସୁଛି । ଏହି ପ୍ରସଙ୍ଗକୁ ନେଇ ଦୁଇ ଦେଶ ମଧ୍ୟରେ କୁଟନୈତିକ ସମ୍ପର୍କ ତିକ୍ତ ହୋଇଛି ।

ଖଲିସ୍ଥାନୀ ଆତଙ୍କୀ ହରଦୀପ ସିଂ ନିଜ୍ଜର ହତ୍ୟା ମାମଲାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରି କାନାଡା ଏହାକୁ ଭାରତୀୟ ଲିଙ୍କ ଦେଉଥିବା ବେଳେ ଭାରତର ଆଗାମୀ ପଦକ୍ଷେପ କଣ ରହୁଛି ତା ଉପରେ ରହିଛି ।