ସତ୍ୟପାଠରେ ରାହୁଲଙ୍କ ସମ୍ପତି ତାଲିକା । ୧୧ କୋଟି ୧୫ ଲକ୍ଷର ସ୍ଥାବର ଓ ୯ କୋଟି ୨୪ ଲକ୍ଷର ଅସ୍ଥାବର ସମ୍ପତି, ମୁଣ୍ଡ ଉପରେ ରହିଛି ୪୯ ଲକ୍ଷ ଟଙ୍କାର ଋଣ

105

କନକ ବ୍ୟୁରୋ : ଆମେଥି ଛାଡ଼ି ରାଏବରେଲିରୁ ନିର୍ବାଚନ ଲଢ଼ୁଛନ୍ତି ରାହୁଲ ଗାନ୍ଧୀ । ଶୁକ୍ରବାର ଏହି ଆସନ ପାଇଁ ସେ ନାମାଙ୍କନ ଦାଖଲ କରିଛନ୍ତି ରାହୁଲ । ସତ୍ୟପାଠରେ ସେ ତାଙ୍କ ସମ୍ପତି ତାଲିକାର ସୂଚନା ଦେଇଛନ୍ତି । ରାହୁଲଙ୍କ ପାଖରେ ରହିଛି ମୋଟ ୨୦ କୋଟି ଟଙ୍କାର ସମ୍ପତି । ଏନେଇ ସେ ନିର୍ବାଚନ ଆୟୋଗଙ୍କ ନିକଟରେ ସତ୍ୟପାଠ ଦାଖଲ କରିଛନ୍ତି ।

ରାହୁଲଙ୍କ ସମ୍ପତ୍ତି ତାଲିକା
ରାହୁଲ ଗାନ୍ଧୀଙ୍କ ପାଖରେ ଅଛି ୨୦ କୋଟିର ସମ୍ପତ୍ତି
ସ୍ଥାବର ସମ୍ପତ୍ତି ମୂଲ୍ୟ ୧୧ କୋଟି ୧୫ ଲକ୍ଷ ଟଙ୍କା
ଅସ୍ଥାବର ସମ୍ପତ୍ତି ମୂଲ୍ୟ ୯ କୋଟି ୨୪ ଲକ୍ଷ ୫୯ ହଜାର ଟଙ୍କା
୪ କୋଟି ୩୩ ଲକ୍ଷ ୬୦ ହଜାର ଟଙ୍କାର ସେୟାର ରହିଛି
୩ କୋଟି ୮୧ ଲକ୍ଷ ୩୩ ହଜାର ଟଙ୍କାର ମ୍ୟୁଚୁଆଲ ଫଣ୍ଡ
୨୬ ଲକ୍ଷ ୨୫ ହଜାର ଟଙ୍କାର ବ୍ୟାଙ୍କ ଜମା
୧୫ ଲକ୍ଷ ୨୧ ହଜାର ଟଙ୍କାର ଗୋଲ୍ଡ ବଣ୍ଡ ରହିଛି
୯ କୋଟି ୪ ଲକ୍ଷ ୮୯ ହଜାର ଟଙ୍କର ସମ୍ପତ୍ତି ନିଜେ କିଣିଛନ୍ତି
୨ କୋଟି ୧୦ ଲକ୍ଷ ଟଙ୍କାର ପୈତୃକ ସମ୍ପତ୍ତି ରହିଛି
ରାହୁଲଙ୍କ ପାଖରେ ଅଛି ନଗଦ ୫୫ ହଜାର ଟଙ୍କା
୩୩୩.୩ ଗ୍ରାମର ଅଳଙ୍କାର ରହିଛି
ଅଳଙ୍କାରର ମୂଲ୍ୟ ୪ ଲକ୍ଷ ୨୦ ହଜାର ୮୫୦ ଟଙ୍କା
ରାହୁଲଙ୍କ ପାଖରେ ନାହିଁ କୌଣସି ଯାନ କିମ୍ବା ଘର
ରାହୁଲଙ୍କ ଉପରେ ୪୯ ଲକ୍ଷ ୭୯ ହଜାର ଟଙ୍କାର ଋଣ ରହିଛି