ଅଜି ଅଯୋଧ୍ୟା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ରାମଲାଲାଙ୍କ ପୂଜାର୍ଚ୍ଚନା ସହ କରିବେ ରୋଡ୍ ଶୋ’

74

କନକ ବ୍ୟୁରୋ : ଆଜି ଅଯୋଧ୍ୟା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲୋକସଭା ନିର୍ବାଚନ ତୃତୀୟ ପର୍ଯ୍ୟାୟ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଅଯୋଧ୍ୟା ଗସ୍ତ କରିବେ । ରାମ ମନ୍ଦିର ଯାଇ ଦର୍ଶନ କରିବା ସହ ରାମଲାଲାଙ୍କ ପୂଜାର୍ଚ୍ଚନା କରିବେ । ସଂଧ୍ୟା ପ୍ରାୟ ୭ଟାରେ ରାମଲାଲାଙ୍କ ଦର୍ଶନ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ସୁଗ୍ରିଭ ଦୁର୍ଗଠାରୁ ଅଯୋଧ୍ୟାର ଲତା ମଙ୍ଗେସକର ଚକ୍ ପର୍ଯ୍ୟନ୍ତ ପ୍ରାୟ ୨କିଲୋମିଟର ରୋଡ୍ ଶୋ’ କରିବେ ।
ଗତ ଚାରି ମାସ ମଧ୍ୟରେ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହା ଦ୍ୱିତୀୟ ରୋଡ୍ ଶୋ’ । ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦିନ ୨.୪୫ମିନିଟରେ ଏଟାୱା ଏବଂ ଅପରାହ୍ନ ୪.୪୫ରେ ଧାରୁହେଡାରେ ପହଞ୍ଚିବେ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ସଂଧ୍ୟା ୭ଟାରେ ଅଯୋଧ୍ୟାରେ ରାମ ମନ୍ଦିର ପରିଦର୍ଶନ କରିବେ । ଏହା ପରେ ଫୈଜାବାଦରେ ୨କିମି ରୋଡ ଶୋ’ କରିବେ ।