ବଦଳିଲା କଂଗ୍ରେସର ପୁରୀ ଲୋକସଭା ପ୍ରାର୍ଥୀ । ସୁଚରିତା ମହାନ୍ତିଙ୍କ ବଦଳରେ କଂଗ୍ରେସ ଜିଲ୍ଲା ସଭାପତି ଜୟନାରାୟଣ ପଟ୍ଟନାୟକଙ୍କୁ ମିଳିଲା ଟିକେଟ୍ ।

140

କନକ ବ୍ୟୁରୋ: ବଦଳିଲା କଂଗ୍ରେସର ପୁରୀ ଲୋକସଭା ପ୍ରାର୍ଥୀ । ସୁଚରିତା ମହାନ୍ତିଙ୍କ ବଦଳରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଜୟନାରାୟଣ ପଟ୍ଟନାୟକ ମିଳିଲା ଟିକେଟ୍ । ଏନେଇ ଏଆଇସିସି ପକ୍ଷରୁ ଶନିବାର ବିଜ୍ଞପ୍ତି ଜାରି କରାଯାଇଛି । ଦଳ ଲଢିବା ପାଇଁ ଟଙ୍କା ଦେଉନଥିବା ଅଭିଯୋଗ ଆଣି ଟିକେଟ ଫେରାଇଥିଲେ ସୁଚରିତା । ଦଳୀୟ ପାଣ୍ଠି ନମିଳିଲେ ଲଢିବା ସମ୍ଭବ ନୁହେଁ କିନ୍ତୁ ସେ କଂଗ୍ରେସରେ ରହିବେ ବୋଲି ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କୁ ଚିଠି ଲେଖିଥିଲେ । ଆଉ ଏହା ପରେ ଜିଲ୍ଲା ସଭାପତି ଜୟନାରାୟଣ ପଟ୍ଟନାୟକଙ୍କୁ ଦଳ ଟିକେଟ ଦେଇଛି ଦଳ ।

ଅନ୍ୟପଟେ ସୁଚରିତାଙ୍କ ଅଭଯୋଗକୁ କଂଗ୍ରେସର ଖଣ୍ଡନ କରିଛି କଂଗ୍ରେସ । ଏସମ୍ପର୍କରେ ଅଜୟ କୁମାର କହିଛନ୍ତି, ପୁରୀରେ ପ୍ରାର୍ଥୀ ବଦଳିବା ନେଇ କିଛି ଦିନ ହେଲା ଆଲୋଚନା ଚାଲିଥିଲା । ଏକଥା ଜାଣିବା ପରେ ପରେ ସୁଚରିତା ଟିକେଟ ଫେରାଇଛନ୍ତି ।