କେନ୍ଦ୍ରାପଡାରେ ଇସ୍ପାତ କାରଖାନାକୁ ନେଇ ଖୁସି ପ୍ରକାଶ କଲେ ଜିଲ୍ଲାବାସୀ: କହିଲେ, ମିଳିବ ନିଯୁକ୍ତି, ଆର୍ଥିକ ସ୍ଥିତିରେ ଆସିବ ଉନ୍ନତି 

129

କନକ ବ୍ୟୁରୋ: ଶିଳ୍ପ ବିହିନ କେନ୍ଦ୍ରାପଡାରେ ପ୍ରତିଷ୍ଠା ହେବ ଦେଶର ସର୍ବବୃହତ ଇସ୍ପାତ କାରଖାନା । ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଅଧକ୍ଷତାରେ ଗତକାଲି ବସିଥିବା ଉଚ୍ଚ ସ୍ତରିୟ କ୍ଲିୟରାନ୍ସ ଅଥରିଟି କମିଟି ବୈଠକରେ ଇସ୍ପାତ କାରଖାନା ପାଇଁ ଅନୁମୋଦନ ମିଳିବା ପରେ କେନ୍ଦ୍ରାପଡାରେ ଖେଳିଯାଇଛି ଖୁସିର ଲହରୀ  । ମହାକାଳପଡା ବ୍ଲକରେ ଏହି ବୃହତ ଇସ୍ପାତ କାଖାନା ପ୍ରତିଷ୍ଠା ହେଲେ ସ୍ତାନିୟ ଅଂଚଳରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ  । ଏକଥା ଜାଣିବା ପରେ ଖୁସି ଜାହିର କରିଛନ୍ତି ସ୍ଥାନୀୟ ଲୋକେ ।

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାରେ ବଡ ପୁଂଜି ନିବେଶ କରିବ ଆର୍ସେଲର ମିତଲ ନିପନ ଷ୍ଟିଲ୍ । ପ୍ରତିଷ୍ଠା ହେବ ଦେଶର ସର୍ବବୃହତ ଇସ୍ପାତ କାରଖାନା । ଫଳରେ ଶିଳ୍ପ ମାନଚିତ୍ରରେ ସ୍ଥାନ ପାଇବ କେନ୍ଦ୍ରାପଡା ଜିଲ୍ଲା । ପରୋକ୍ଷ ଏବଂ ପ୍ରତ୍ୟେକ୍ଷ ଭାବରେ ସୃଷ୍ଟି ହେବ ହଜାର ହଜାର ସଂଖ୍ୟାରେ ନିଯୁକ୍ତି ସୁଯୋଗ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚସ୍ତରୀୟ କ୍ଲିୟନାରନ୍ସ ଅଥରଟି ଏହି ପ୍ରକଳ୍ପକୁ ମଞ୍ଜୁରି ମିଳିବା ପରେ କେନ୍ଦ୍ରାପଡା ଜିଲ୍ଲାର ନଦୀନାଳ ଘେରା ଉପକୂଳ ବର୍ତି ମହାକାଳପଡା ବ୍ଲକରେ ଖେଳିଯାଇଛି ଖୁସିର ଲହରୀ  ।

ଇସ୍ପାତ କାରଖାନା ପ୍ରତିଷ୍ଠା ନେଇ ବହୁତ ପୁର୍ବରୁ ଆର୍ସେଲର ମିତଲ ଅଧୀକାରୀ ଓ ରାଜ୍ୟ ସରକାଙ୍କ ଉଚ୍ଚ ପଦସ୍ତ ଅଧୀକାରିମାନେ ଘନଘନ ମହାକାଳପଡା ଗ୍ରସ୍ତ କରି ସ୍ଥାନ ନିରୁପଣ ଚୁଡାନ୍ତ କରି ସାରିଛନ୍ତି  । ପ୍ରସ୍ତାବିତ ବୃହତ ଇସ୍ପାତ କାରଖାନାରେ ୧ ଲକ୍ଷ ୨ ହଜାର ୨୭୫ କୋଟି ଟଙ୍କର ପୁଂଜି ନିବେଶ କରିବ ଆର୍ସେଲର ମତିତ ନିପନ ଷ୍ଟିଲ୍ । କାରଖାନାରେ ପ୍ରାୟ ୧୬ ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ବାର୍ଷିକ ପ୍ରାୟ ୨୪ ନିୟୁତ ଟନ ଇସ୍ପାତ ଉତ୍ପାଦନ ହେବ  । ଏହାସହ ପ୍ରକଳ୍ପ ଅଧୀନରେ ନିର୍ମାଣ ହେବାକୁ ଥିବା ସିମେଂଟ କାରଖାନାରେ ୧୮.୭୫ ମେଟ୍ରିକ ଟନ ସିମେଂଟ ଉତ୍ପାଦନ ହେବ । ଫଳରେ କେନ୍ଦ୍ରାପଡା ଜିଲ୍ଲାର ସମଗ୍ରିକ ବିକାଶ ହେବ ବୋଲି ଜିଲ୍ଲାବାସୀ ଆଶା ରଖିଛନ୍ତି ।

ଦେଶର ସର୍ବବୃହତ ଇସ୍ପାତ କାରଖାନା କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକରେ ପ୍ରତିଷ୍ଠା ହେବାର ଖବର ରାଜ୍ୟ ସହିତ ସମଗ୍ର କେନ୍ଦ୍ରାପଡା ଜିଲ୍ଲା ପାଇଁ ଖୁସି ଆଣିଦେଇଛି ।