ପୁଣି ଗୃହବନ୍ଦୀ ହେଲେ ମେହବୁବା ମୁଫ୍ତି । ଘର ଆଗରେ ଜଗିଛି ସିଆରପିଏଫ

819

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ପ୍ରମୁଖ ମେହବୁବା ମୁଫ୍ତିଙ୍କୁ ପୁଣିଥରେ ଗୃହବନ୍ଦୀ କରାଯାଇଛି । ଏନେଇ ନିଜେ ମୁଫତି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଏହାସହ ପୁଣିଥରେ କାଶ୍ମୀର ପଣ୍ଡିତଙ୍କ ସ୍ଥିତିକୁ ନେଇ ସେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ।

ମୁଫ୍ତି ତାଙ୍କ ଟ୍ୱିଟରରେ ଲେଖିଛନ୍ତି ଯେ, କେନ୍ଦ୍ର ସରକାର କାଶ୍ମୀର ପଣ୍ଡିତଙ୍କ ଦୁର୍ଦ୍ଦଶାକୁ ଆହୁରି ତଳକୁ ନେଇଯିବାକୁ ଚାହୁଁଛନ୍ତି । ସରକାରଙ୍କ କଠୋର ନୀତି ପରେ ବି ଯେଉଁମାନେ ଘାଟି ଛାଡି ଯାଇ ନାହାଁନ୍ତି ସେମାନଙ୍କୁ ବାଛି ବାଛି ହତ୍ୟା କରାଯାଉଛି । ହେଲେ ଏହା ବିରୋଧରେ ଯେଉଁମାନେ ସ୍ୱର ଉଠାଉଛନ୍ତି ସେମାନଙ୍କୁ ସରକାର ତାଙ୍କର ଶତ୍ରୁ ବୋଲି ଭାବୁଛନ୍ତି । ଏହି କାରଣରୁ ମୋତେ ଗୃହବନ୍ଦୀ କରାଯାଇଛି ବୋଲି ମୁଫ୍ତି ଲେଖିଛନ୍ତି ।

ଏହା ପୂର୍ବରୁ ମୁଫ୍ତି ଆମ୍ ଆଦମୀ ବିରୋଧରେ ପ୍ରଦର୍ଶନକୁ ନେଇ କଂଗ୍ରେସକୁ ଆଲୋଚନା କରିଥିଲେ । ସେ କହିଥିଲେ କି ନିଜେ କଂଗ୍ରେସ କେନ୍ଦ୍ରୀୟ ଯାଂଚ ଏଜେନ୍ସିର ସାମ୍ନା କରୁଥିବା ବେଳେ ଆମ୍ ଆଦମୀ ପାର୍ଟିର ସମର୍ଥନରେ ବିରୋଧୀଙ୍କୁ ଏକଜୁଟ କରିବାରେ ବିଫଳ ହେଉଛି । ଏହାର ଜବାବରେ କଂଗ୍ରେସ ନେତା ମଣିକମ୍ ଟାଗୁର କହିଛନ୍ତି କି ବାସ୍ତବରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ତାଙ୍କ ସହଯୋଗୀମାନେ ଦୁର୍ନୀତିରେ ସାମିଲ ଅଛନ୍ତି ।